ଶ୍ରୀନଗର: କାଶ୍ମୀର ଘାଟିରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ । ଆଜି ସକାଳ ରଜୋରି ଜିଲ୍ଲାର କେରି ଗାଁରେ ଗୁଳିଗୋଳା ବର୍ଷଣ କରିଛି ପାକ୍ । ସେପଟେ, ପାକିସ୍ତାନକୁ କଡା ଜବାବ ଦେବାକୁ ଯାଇ ମୁହାଁମୁହିଁ ଉଭୟ ସେନା ।
ଗତକାଲି ଗାନ୍ଦରବାଲ ଅଞ୍ଚଳରେ 2 ଆତଙ୍କୀଙ୍କୁ ନିପାତ କରିଥିଲେ ଭାରତୀୟ ସେନା । ତେବେ ଗତକିଛି ଧରି ସୀମା ଅଶାନ୍ତ ରହୁଥିବାବେଳେ 4 ଜଣ ଆତଙ୍କବାଦୀ ନିହତ ହେଲେଣି ।