ETV Bharat / bharat

ଜମାତ ଆକ୍ରାନ୍ତଙ୍କ ଅସଦାଚରଣ: ପରସ୍ପରଠୁ ଖାଦ୍ୟ ଛଡାଇ ଖାଉଛନ୍ତି, ଛେପ ପକାଉଛନ୍ତି - jamat misbehaving with doctors

ଉତ୍ତପ୍ରଦେଶ ପରେ ଏବେ ଡେରାଡୁନର ଡୁନ୍ ମେଡିକାଲ କଲେଜରୁ ସମାନ କେରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅସଦାଚରଣ ମାମଲା ସାମ୍ନାକୁ ଆସିଛି। ତେବେ ପୋଲିସର କଠୋରତା ପରେ ବର୍ତ୍ତମାନ ସେମାନେ ସ୍ଥିର ଅଛନ୍ତି ।

jamat misbehaving
ଜମାତ ଆକ୍ରାନ୍ତଙ୍କ ଅସଦାଚରଣ
author img

By

Published : Apr 5, 2020, 2:42 PM IST

ଡେରାଡୁନ: ସାରା ଦେଶରେ ମାର୍କାଜରୁ ଆସିଥିବା ଲୋକଙ୍କ ଅବହେଳା କୋରୋନା ସଂକ୍ରମଣର ଆଶଙ୍କା ବଢେଇ ଦେଇଛି। ସେମାନଙ୍କର ଅବହେଳା ହେତୁ କୋରୋନା ସଂକ୍ରମଣ ସମଗ୍ର ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଉତ୍ତପ୍ରଦେଶ ପରେ ଏବେ ଡେରାଡୁନର ଡୁନ୍ ମେଡିକାଲ କଲେଜରୁ ସମାନ କେରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅସଦାଚରଣ ମାମଲା ସାମ୍ନାକୁ ଆସିଛି। ତେବେ ପୋଲିସର କଠୋରତା ପରେ ବର୍ତ୍ତମାନ ସେମାନେ ସ୍ଥିର ଅଛନ୍ତି ।

ତେବେ କୋରୋନା ସଂକ୍ରମିତ ଏବଂ ମାର୍କାଜ ସନ୍ଦିଗ୍ଧମାନଙ୍କୁ ଡୁନ୍ ମେଡିକାଲରେ ରଖାଯାଇଛି । ଏଠାରେ ଜାଣିବାକୁ ମିଳିଛି ଯେ, ମାର୍କାଜ ସନ୍ଦିଗ୍ଧ ଖାଦ୍ୟ ପରସ୍ପରଠୁ ଛଡାଇ ନେଉଛନ୍ତି। କେବଳ ଏତିକି ନୁହେଁ, ଏହି ଲୋକମାନେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଅସଦାଚରଣ କରୁଛନ୍ତି। କୁହାଯାଉଛି ଯେ ଏହି ଲୋକମାନେ କ୍ୟାଣ୍ଟିନ ସମୟରେ ମଧ୍ୟ ସାମାଜିକ ଦୂରତା ବଜାୟ ରଖନ୍ତି ନାହିଁ । ଏହା ସହିତ ଯେକୌଣସି ସ୍ଥାନରେ ବି ଛେପ ପକାଉଛନ୍ତି ଓ ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରୁନାହାଁନ୍ତି ।

ଏମାନେ ଡାକ୍ତରଖାନାରେ 20 ରୁ 25 ରୁଟି ଦାବି କରୁଛନ୍ତି । ଏହାସହ ବଡ ବଡ ଗ୍ଲାସରେ ଚା’ ମାଗୁଛନ୍ତି । ଏହି ଜମା ଯୋଗୁଁ ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ମାମଲା 7 ରୁ 22 ରେ ପହଞ୍ଚିଛି। ସେମାନେ ପ୍ରଶାସନକୁ ସେମାନଙ୍କର ସଠିକ୍ ସୂଚନା ଦେଉ ନାହାଁନ୍ତି ଏବଂ ଗୁପ୍ତରେ ନିଜ ଗ୍ରାମକୁ ଯାଉଛନ୍ତି, ଏହି କାରଣରୁ ଉତ୍ତରପ୍ରଦେଶରେ ମଧ୍ୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି ।

ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଡିଜିଙ୍କୁ ଫୋନ୍ ଯୋଗେ ଅଭିଯୋଗ କରିଥିଲେ । ପୋଲିସ କଡା ନିର୍ଦ୍ଦେଶ ଦେବା ପରେ ଗତ 24 ଘଣ୍ଟା ମଧ୍ୟରେ କୌଣସି ଅସଦାଚରଣ ଘଟଣା ସାମ୍ନାକୁ ଆସିନି । ଏଥି ସହ ଜମାତିଙ୍କ ଦ୍ବାରା ଦୁଷ୍କର୍ମ ମାମଲା ମଧ୍ୟ ଦେଶର ଅନେକ ଡାକ୍ତରଖାନାରୁ ସାମ୍ନାକୁ ଆସିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.