ETV Bharat / bharat

ପଶ୍ଚିମବଙ୍ଗରେ ସକ୍ରିୟ ହେଉଛି ବାଂଲାଦେଶୀ ଆତଙ୍କୀ ସଂଗଠନ - madarsa

ପଶ୍ଚିମବଙ୍ଗରେ ସକ୍ରିୟ ହେଉଛି ବାଂଲାଦେଶୀ ଆତଙ୍କୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦୀନ । ଏଥିପାଇଁ ରାଜ୍ୟର କିଛି ମାଦ୍ରାସାର ବ୍ୟବହାର କରୁଛି ସଂଗଠନ ।

ପ୍ରତିକାତ୍ମକ ଫଟୋ
author img

By

Published : Jul 2, 2019, 9:18 PM IST

କୋଲକାତା: ପଶ୍ଚିମବଙ୍ଗରେ ସକ୍ରିୟ ହେଉଛି ବାଂଲାଦେଶୀ ଆତଙ୍କୀ ସଂଗଠନ ଜମାତ-ଉଲ-ମୁଜାହିଦ୍ଦୀନ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ଆତଙ୍କୀ ସଂଗଠନ କଟୋରପନ୍ଥୀ ଏବଂ ଯୁବପୀଢୀଙ୍କୁ ଆତଙ୍କବାଦୀ ଗତିବିଧି ପାଇଁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ଏଥିପାଇଁ ସଙ୍ଗଠନ ପଶ୍ଚିମବଙ୍ଗର ବର୍ଦ୍ଧମାନ ଏବଂ ମୁର୍ଶିଦାବାଦ ସ୍ଥିତ କିଛି ମାଦ୍ରାସାରର ବ୍ୟବହାର କରୁଥିବା ଗୃହ ମନ୍ତ୍ରାଳୟକୁ ଗୁପ୍ତ ସୂଚନା ମିଳିଛି । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଜବାବରେ ଗୃହମନ୍ତ୍ରାଳୟ ପକ୍ଷରୁ ଏଭଳି କୁହାଯାଇଛି ।

ତେବେ ଏନେଇ ସୂଚନା ମିଳିବା ପରେ ଏହାର ସତ୍ୟତା ପୃଷ୍ଟି ଏବଂ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପଶ୍ଚିମବଙ୍ଗ ସରକାର ଏବଂ ସମ୍ବନ୍ଧୀୟ ଏଜେନ୍ସିକୁ ପରାମର୍ଶ ଦିଆଯାଉଥିବା ଗୃହ ରାଜ୍ୟମନ୍ତ୍ରୀ ଜୀ କିଶାନ ରେଡ୍ଡୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଭାରତ ଜେଏମବିକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି । ତେବେ ଏହି ଆତଙ୍କୀ ସଂଗଠନ ଭାରତ-ବାଂଲାଦେଶ ସୀମାର 10 କିମି ଭିତରେ ସ୍ଥାୟୀ ବେସ ନିର୍ମାଣ କରିବାକୁ ଚାହୁଁଥିବା ବିଶେଷ ଶୁତ୍ରରୁ ପ୍ରକାଶ ପାଇଛି । ତେବେ ସଂଗଠନ ପଶ୍ଚିମବଙ୍ଗ ସମେତ ଆସାମ ଏବଂ ତ୍ରିପୁରାରେ ମଧ୍ୟ ନିଜ କାୟା ବିସ୍ତାର କରିବାକୁ ଚାହୁଁଥିବା ଜଣା ପଡିଛି ।

Intro:Body:

For testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.