ETV Bharat / bharat

ଦିଲ୍ଲୀ ବିସ୍ଫୋରଣ ପଛରେ ଜୈଶ-ଉଲ-ହିନ୍ଦର ହାତ ! ଘଟଣାସ୍ଥଳରେ NSG ଟିମ

author img

By

Published : Jan 30, 2021, 3:45 PM IST

ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ନେଇ ଜୈଶ-ଉଲ-ହିନ୍ଦ ସଂଗଠନ ନିଜକୁ ଦାୟୀ କରିଥିବା ନେଇ କୁହାଯାଉଛି । ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ କରାଇଥିବା ନେଇ ଦାବି କରିଛି ଜୈଶ-ଉଲ-ହିନ୍ଦ । ଅଧିକ ପଢନ୍ତୁ...

ଦିଲ୍ଲୀ ବିସ୍ଫୋରଣ ପଛରେ ଜୈଶ-ଉଲ-ହିନ୍ଦର ହାତ! ଘଟଣାସ୍ଥଳରେ NSG ଟିମ

ନୂଆଦିଲ୍ଲୀ: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଏନଏସଜି ଟିମ । ଏହି ଟିମ ବିସ୍ଫୋଟକକୁ ନେଇ ତଦନ୍ତ କରିବ ।

ଇସ୍ରାଏଲ ଦୂତାବାସ ବାହାରେ ହୋଇଥିବା ବିସ୍ଫୋରଣର ଘଟଣାସ୍ଥଳରେ ବ୍ୟାଟେରୀରର କିଛି ଅଂଶ ମିଳିଛି । ବିସ୍ଫୋରଣରେ ଟାଇମରର ବ୍ୟବହାର ହୋଇଥିବା ନେଇ ଆଶଙ୍କା କରାଯାଉଛି । ପୋଲିସ ଶନିବାର ସକାଳେ ବ୍ୟାଟେରୀରର କିଛି ଅଂଶ ପାଇଥିଲା ।

ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ପରେ ସୁରକ୍ଷା ବଢାଇଦେଇଛି ଦିଲ୍ଲୀ ପୋଲିସ । ସ୍ବତନ୍ତ୍ର ଡିସିପି ପ୍ରମୋଦ କୁଶୱାହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେପଟେ ଆଇଡି ବିସ୍ଫୋରଣ ନେଇ ଜୈଶ-ଉଲ-ହିନ୍ଦ ସଂଗଠନ ନିଜକୁ ଦାୟୀ କରିଥିବା ନେଇ କୁହାଯାଉଛି । ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ କରାଇଥିବା ନେଇ ଦାବି କରିଛି ଜୈଶ-ଉଲ-ହିନ୍ଦ । ତେବେ ଦେଶର ଗୁଇନ୍ଦା ବିଭାଗ ଏହି ଦାବିର ସତ୍ୟତାକୁ ନେଇ ଯାଞ୍ଚ ଆରମ୍ଭ କରିଦେଇଛି ।

ସେହିପରି ବିସ୍ଫୋରଣର ଗୋଟିଏ ଦିନ ପରେ ତଦନ୍ତ ପାଇଁ ଘଟଣାସ୍ଥଳରେ ଏନଆଇଏର 6ରୁ 7 ଅଧିକାରୀ ପହଞ୍ଚିଥିଲେ । ଏଠାରେ ପ୍ରମାଣ ଏକଜୁଟ କରାଯାଉଛି । ଶୁକ୍ରବାର ସଂଧ୍ୟା 5ଟାରେ ଏହି ବିସ୍ଫୋରଣ ହୋଇଥିଲା ।

ସେପଟେ ବିସ୍ଫୋରଣରେ ଇରାନ ଲିଙ୍କ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ତଦନ୍ତକାରୀ ଟିମକୁ ଏକ ଚିଠି ମିଳିଛି । ଏଥିରେ ଲେଖାଅଛି କି ଏହା ବାସ୍ କେବଳ ଏକ ଚିଠି । ଏଥିରେ ଦୁଇ ଇରାନ ନାଗରିକଙ୍କ ହତ୍ୟାର ବିଷ ମଧ୍ୟ ଉଲ୍ଲେଖ ରହିଛି । ଏଥିରେ ଆହୁରି ମଧ୍ୟ ଲେଖାଅଛି କି ସେମାନେ ସୈନ୍ୟ କମାଣ୍ଡର କାସିମ ସୁଲେମାନୀ ହତ୍ୟାର ପ୍ରତିଶୋଧ ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.