ETV Bharat / bharat

ଭାରତ ଉପରେ ଆକ୍ରମଣ ପାଇଁ ଆଇଏସର ନୂତନ ପ୍ଲାନ

ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ଆତଙ୍କୀ ସଂଗଠନ ଆଇଏସ। ଆକ୍ରମଣ ପାଇଁ ଜୈଶ-ଏ-ମୁତକି ନାମରେ ଏକ ସଂଗଠନ ଗଠନ କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 8, 2019, 3:03 PM IST

ନୂଆଦିଲ୍ଲୀ: ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ଆତଙ୍କୀ ସଂଗଠନ ଆଇଏସ । ତେଣୁ ଏହି ସଂଗଠନ ତାଲିବାନ ଆତଙ୍କୀଙ୍କୁ ନେଇ ଏକ ନୂତନ ସଂଗଠନ ଗଠନ କରିଛି । ଯାହାର ନାମ ରଖାଯାଇଛି ଜୈଶ-ଏ-ମୁତକି । ଏନେଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ମୁତାବକ, ପାକ-ଆଫଗାନିସ୍ଥାନ ସୀମା ନିକଟରେ ଏହି ଆତଙ୍କୀ ସଂଗଠନ ରହିଛି । ଏଥିରେ ତାଲିବାନ ବହୁ ଆତଙ୍କୀଙ୍କୁ ସାମିଲ କରାଯାଇ ଭାରତ ଉପରେ ଆକ୍ରମଣ କରିବା ପାଇଁ ମିରମଶାହା ସହରରେ ଟ୍ରେନିଂ ଦିଆଯାଉଛି । ଏନେଇ କେନ୍ଦ୍ରୀୟ ସୁରକ୍ଷାରେ ନିୟୋଜିତ ଜଣେ ଅଧିକାରୀ କହିଛନ୍ତି, ଏହି ସଂଗଠନରେ ତାମିଲ ଆତଙ୍କବାଦୀଙ୍କୁ ଭର୍ତ୍ତି କରାଯାଉଛି । ଭାରତ ଉପରେ ଆକ୍ରମଣ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି ।

କୁହାଯାଉଛି, ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ବିଶ୍ବ ଆତଙ୍କୀ ଘୋଷଣା କରାଯିବା ପରେ ଚିନ୍ତାରେ ପଡିଯାଇଛି ପାକ୍ । ମସୁଦ ଓ ତାର ଆତଙ୍କୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପାକ୍ ଉପରେ ଚାପ ପଡିବା ପରେ ନୂତନ ଆତଙ୍କୀ ସଂଗଠନ ଗଠନ ପାଇଁ ପାକ୍ ଯୋଜନା କରିଥିବା ଚର୍ଚ୍ଚା ହେଉଛି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.