ETV Bharat / bharat

ପୋଲିସ ଆତ୍ମହତ୍ୟା ଘଟଣା ରୋକିବାକୁ ‘ହିଲିଙ୍ଗ ଟଚ୍’ ଫର୍ମୁଲା ଦେଲେ ଅଶୋକ ଗେହଲଟ

ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାକୁ ରୋକିବା ପାଇଁ ‘ହିଲିଙ୍ଗ ଟଚ୍’ ଫର୍ମୁଲା ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଖ୍ୟମନ୍ତ୍ରୀ ଡିଜିପିଙ୍କ ଠାରୁ ଆରମ୍ଭ କରି ଥାନାର ଇନଚାର୍ଜଙ୍କୁ ନିଜ ଜୁନିୟରଙ୍କ ସମସ୍ୟା ବୁଝି ସେମାନଙ୍କୁ ସମର୍ଥନ କରିବାକୁ କହିଛନ୍ତି।

author img

By

Published : Jun 7, 2020, 7:32 AM IST

police sucide
ପୋଲିସ ଆତ୍ମହତ୍ୟା ଘଟଣା ରୋକିବାକୁ ‘ହିଲିଙ୍ଗ ଟଚ୍’ ଫର୍ମୁଲା ଦେଲେ ଅଶୋକ ଗେହଲଟ

ଜୟପୁର: ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାକୁ ରୋକିବା ପାଇଁ ‘ହିଲିଙ୍ଗ ଟଚ୍’ ଫର୍ମୁଲା ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଖ୍ୟମନ୍ତ୍ରୀ ଡିଜିପିଙ୍କ ଠାରୁ ଆରମ୍ଭ କରି ଥାନାର ଇନଚାର୍ଜଙ୍କୁ ନିଜ ଜୁନିୟରଙ୍କ ସମସ୍ୟା ବୁଝି ସେମାନଙ୍କୁ ସମର୍ଥନ କରିବାକୁ କହିଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିକଟରେ କିଛି ପୋଲିସ ଆତ୍ମହତ୍ୟା ଘଟଣା ବେଶ ଦୁଃଖଦାୟକ ଏବଂ ଚିନ୍ତାଜନକ ଅଟେ । ମୁଖ୍ୟମନ୍ତ୍ରୀ ପୋଲିସ କର୍ମୀଙ୍କ ଆତ୍ମହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି, ଡ୍ୟୁଟି କିମ୍ବା ଅନ୍ୟ କୌଣସି କାରଣ ଯୋଗୁ କୌଣସି ପୋଲିସ କର୍ମୀ ଅବସାଦ ସ୍ଥିତିରେ ଥିଲେ ସେମାନଙ୍କ ସମସ୍ୟା ବୁଝି ତାଙ୍କୁ କାଉନସେଲିଙ୍ଗ ଦେବା ଆବଶ୍ୟକ ରହିଛି ।

ତେବେ ସରକାର ପୋଲିସ କର୍ମୀଙ୍କ ମନୋବଳ ଉଚ୍ଚ ରଖିବା ପାଇଁ କୌଣସି ଅବହେଳା କରିବେ ନାହିଁ ବୋଲି ଗେହଲଟ କହିଛନ୍ତି । ତେବେ ଗତ ଶୁକ୍ରବାର ଅଶୋକ ଗେହଲଟ ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସକର୍ମୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ପ୍ରଥମ ଥର ଥାନା ଅଧିକାରୀ ସ୍ତରର ପୋଲିସ କର୍ମଚାରୀ ସାମିଲ ଥିଲେ ।

ପ୍ରକାଶ ଥାଉକି, ଗତ କିଛି ଦିନ ମଧ୍ୟରେ ରାଜସ୍ଥାନର 4 ପୋଲିସ କର୍ମଚାରୀ ଆତ୍ମହତ୍ୟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.