ETV Bharat / bharat

ରାଜସ୍ଥାନ ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ, ଜୟ ଶ୍ରୀରାମ ନାରା ଦେଲେ ବିଜେପି ବିଧାୟକ - ରାଜସ୍ଥାନ ବିଧାନସଭା ବଜେଟ ଅଧିବେସନ

ବୁଧବାର ରାଜସ୍ଥାନ ବିଧାନସଭାରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ କାଲରାଜ ମିଶ୍ର । ଅଧିକ ପଢନ୍ତୁ...

ରାଜସ୍ଥାନ ବିଧାନସଭାରେ ବଜେଟ ଅଧିବେସନରେ ରାଜ୍ୟପାଳଙ୍କ ଅଭିଭାଷଣ

author img

By

Published : Feb 10, 2021, 10:53 PM IST

ଜୟପୁର: ବୁଧବାର ରାଜସ୍ଥାନ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ କାଲରାଜ ମିଶ୍ର। ଇତିହାସରେ ପ୍ରଥମଥର ପାଇଁ ବିଧାନସଭାର ଜଣେ ରାଜ୍ୟପାଳ ସମ୍ବିଧାନର ମୁଖବନ୍ଧ ପଢିଥିବା ଦେଖାଯାଇଛି । ସେ ନିଜର ଅଭିଭାଷଣରେ ରାଜସ୍ଥାନ ବିଧାନସଭା ଦ୍ବାରା ପାରିତ ହୋଇଥିବା କୃଷି ବିଲ୍ ବିଷୟରେ ଉଲ୍ଲେଖ କରିଛନ୍ତି। ସେହିପରି ଅଶୋଧିତ ତୈଳର ମୂଲ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। କାଲରାଜ ମିଶ୍ର କହିଛନ୍ତି ଯେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ସତ୍ତ୍ୱେ ପେଟ୍ରୋଲ ଡିଜେଲର ମୂଲ୍ୟ ହ୍ରାସ ପାଇନାହିଁ।

ରାଜସ୍ଥାନ ବିଧାନସଭାରେ ବଜେଟ ଅଧିବେସନରେ ରାଜ୍ୟପାଳଙ୍କ ଅଭିଭାଷଣ

କେନ୍ଦ୍ର ସରକାର କ୍ରମାଗତ ଭାବରେ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଛନ୍ତି, ଯେଉଁ କାରଣରୁ ପେଟ୍ରୋଲ ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଜନତା ଭାର ବହନ କରୁଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣବେଳେ ସମୟରେ ସିପିଆଇ-ଏମ ବିଧାୟକ ବଲୱାନ ପୁନିଆ ଏହି ପ୍ରସଙ୍ଗକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଗୃହରେ ଅଡୁଆ ପରିସ୍ଥିତି ସୃଷ୍ଚି ହୋଇଥିଲା । ଏହି ସମୟ ମଧ୍ୟରେ ପୁନିଆ କୃଷକ ଆନ୍ଦୋଳନ ତଥା କାର୍ଯ୍ୟକର୍ତ୍ତା ସମର୍ଥନରେ ଜିନ୍ଦବାଦର ସ୍ଲୋଗାନ ମଧ୍ୟ ଦେଇଥିବା ଦେଖାଦେଇଥିଲା ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସରକାରଙ୍କ ଗତ ଏକ ବର୍ଷର ସଫଳତାକୁ ଦୋହରାଇଥିଲେ। ଏହି ସମୟରେ ସେ ନୋ ମାସ୍କ-ନୋ ଏଣ୍ଟ୍ରି ଅଭିଯାନ ବିଷୟରେ ମଧ୍ୟ ସେ କହିବା ସହ କରୋନା ସହିତ ଯୁଦ୍ଧକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା ମଧ୍ୟ କରିଥିଲେ | ତେବେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଶେଷ ହେବା ମାତ୍ରେ ବିଜେପି ବିଧାୟକମାନେ ଜୟ ଶ୍ରୀ ରାମଙ୍କ ନାରା ଦେଇଥିଲେ । ସରକାର ଓ ରାଜ୍ୟପାଳ ଉଭୟ ମିଥ୍ଯା କଥା କହିଥିବା ଅଭିଯୋଗ କରିଛି ରାଜସ୍ଥାନ ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.