ETV Bharat / bharat

ଜେଲଦଣ୍ଡ ଭୋଗୁଥିବା ସାମ୍ବାଦିକଙ୍କୁ ନିର୍ଭୀକତା ସମ୍ମାନ

author img

By

Published : Aug 26, 2019, 9:19 PM IST

ଜେଲଦଣ୍ଡ ଭୋଗୁଥିବା ସାମ୍ବାଦିକଙ୍କୁ ମିଳିଲା ସମ୍ମାନ । କାଶ୍ମୀରର ସାମ୍ବାଦିକ ଆସିଫ ସୁଲତାନଙ୍କୁ ସମ୍ମାନଜନକ ପୁରସ୍କାର 'ଜନ ଅବୁଚାନ ପ୍ରେସ ଫ୍ରିଡମ' ସମ୍ମାନରେ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଶ୍ରୀନଗର: ଜେଲଦଣ୍ଡ ଭୋଗୁଥିବା କାଶ୍ମୀର ସାମ୍ବାଦିକ ଆସିଫ ସୁଲତାନଙ୍କୁ ସମ୍ମାନଜନକ ପୁରସ୍କାର 'ଜନ ଅବୁଚାନ ପ୍ରେସ ଫ୍ରିଡମ' ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରୀୟ ପ୍ରେସ କ୍ଲବ ପକ୍ଷରୁ ତାଙ୍କୁ ଏହି ସମ୍ନାନ ପ୍ରଦାନ କରାଯାଇଛି । ସାମ୍ବାଦିକତାରେ ନିର୍ଭୀକତା ରିପୋଟିଂ ପାଇଁ ଏହି ସମ୍ମାନ ମିଳିଥାଏ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆସିଫ କାଶ୍ମୀରର ମାସିକ ଖବରକାଗଜ କାଶ୍ମୀର ନେରେଟରରେ କାର୍ଯ୍ୟ କରୁଥିଲେ । ଗତ ବର୍ଷ ଜୁଲାଇରେ ନିହତ ହୋଇଥିବା ହିଜବୁଲ କମାଣ୍ଡର ବୁରହାନ ବାନୀକୁ ନେଇ ସେ ଏକ କଭର ଷ୍ଟୋରୀ କରିଥିଲେ । ଏହାପରେ ତାଙ୍କୁ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଥିବା ଦର୍ଶାଇ ଗିରଫ କରାଯାଇଥିଲା । ତେବେ ତାଙ୍କ ପରିବାର ଏହାକୁ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି ।

ସେପଟେ ଅନୁଚ୍ଛେଦ 370 ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ କଟକଣା ଲାଗିଥିବା ଯୋଗୁଁ ଆସିଫଙ୍କ ଉପଲବ୍ଧି ବିଷୟରେ ତାଙ୍କ ପରିବାର 3 ଦିନ ପରେ ଜାଣିବାକୁ ପାଇଥିଲେ । ଆସିଫଙ୍କ ଜଣେ ବନ୍ଧୁ ଏନେଇ ସେମାନଙ୍କୁ ସୂଚନା ଦେଇଥିଲେ । ଏହା ମୋ ପାଇଁ ଏବଂ ମୋ ପୁଅ ପାଇଁ ସମ୍ମାନର କଥା ବୋଲି ଅସିଫଙ୍କ ବାପା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.