ETV Bharat / bharat

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ରେଡ୍ଡୀ

ବିଜୟୱାଡ଼ାର ଇନ୍ଦିରାଗାନ୍ଧୀ ମ୍ୟୁନିସିପାଲ ଷ୍ଟାଡିୟମ୍‌ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀ । ରାଜ୍ୟପାଳ ନରସିହ୍ମା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

author img

By

Published : May 30, 2019, 2:19 PM IST

ଫଟୋ ସୌଜନ୍ୟ: ଏନଆଇ

ବିଜୟୱାଡ଼ା: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ମସଗୁଲ ଦେଶ । ଅନ୍ୟପଟେ ଆନ୍ଧ୍ରରେ ଜଗନ ସରକାର ଶପଥ ନେଇଛନ୍ତି । ବିଜୟୱାଡ଼ାର ଇନ୍ଦିରାଗାନ୍ଧୀ ମ୍ୟୁନିସିପାଲ ଷ୍ଟାଡିୟମ୍‌ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ୱାଇ ଏସ୍‌ ଜଗନ ମୋହନ ରେଡ୍ଡୀ । ରାଜ୍ୟପାଳ ନରସିହ୍ମା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

jagan-mohan-
ଫଟୋ ସୌଜନ୍ୟ: ଏନଆଇ
jagan-mohan-
ଫଟୋ ସୌଜନ୍ୟ: ଏନଆଇ

ଏହି ଶପଥ ଗ୍ରହଣ ସମାରୋହରେ ପାଖାପାଖି ୪୦ ହଜାର ଲୋକ ଯୋଗ ଦେଇଥିବା ସୂଚନା ରହିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଡିଏମ୍‌କେ ସଭାପତି ଏମ୍‌ କେ ଷ୍ଟାଲିନ୍‌ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ନିର୍ବାଚନରେ ୧୭୫ଟି ବିଧାନସଭା ଆସନରେ ୱାଇଏସ୍‌ଆର୍‌ କଂଗ୍ରେସ ୧୫୧ଟି ଆସନରେ ବିଜୟୀ ହୋଇଛି । ସେହିଭଳି ଲୋକସଭାରେ ଦଳକୁ ୨୫ଟି ଆସନରୁ ୨୦ଟି ଆସନ ମିଳିଛି ।

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.