ETV Bharat / bharat

କଣ୍ଟେନମେଣ୍ଟ ଜୋନ ପାଇଁ ନୂଆ ଗାଇଡଲାଇନ ଜାରି କଲା ଜାମ୍ମୁ କାଶ୍ମୀର ପ୍ରଶାସନ - ଜାମ୍ମୁ-କାଶ୍ମୀର ପ୍ରଶାସନ

କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ପାଇଁ ନୂତନ ଗାଇଡଲାଇନ ଜାରି କଲା ଜାମ୍ମୁ-କାଶ୍ମୀର ପ୍ରଶାସନ । ଜାମ୍ମୁ କାଶ୍ମୀର ପ୍ରଶାସନ ଶୁକ୍ରବାର ଦିନ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାଗୁଡ଼ିକୁ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍ ଭାବରେ ଶ୍ରେଣୀଭୁକ୍ତ କରିଛି ଯାହା ଜୁଲାଇ 4 ରୁ କାର୍ଯ୍ୟକାରୀ ହେବ । ଅଧିକ ପଢନ୍ତୁ...

କଣ୍ଟେନମେଣ୍ଟ ଜୋନରେ ନୂଆଁ ଗାଇଡଲାଇନ ଜାରି କଲା ଜାମ୍ମୁ-କାଶ୍ମୀର ପ୍ରଶାସନ

author img

By

Published : Jul 4, 2020, 7:42 PM IST

ଶ୍ରୀନଗର: ସାରାବିଶ୍ବରେ ବର୍ତ୍ତମାନ ଆତଙ୍କ ରଚିଛି ମହାମାରୀ କୋରୋନା ।ଏଭଳି ସ୍ଥିତିରେ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ପାଇଁ ନୂତନ ଗାଇଡଲାଇନ ଜାରି କଲା ଜାମ୍ମୁ-କାଶ୍ମୀର ପ୍ରଶାସନ । ଜାମ୍ମୁ କାଶ୍ମୀର ପ୍ରଶାସନ ଶୁକ୍ରବାର ଦିନ କେନ୍ଦ୍ରସାଶିତ ଅଞ୍ଚଳର ଜିଲ୍ଲାଗୁଡ଼ିକୁ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍ ଭାବରେ ଶ୍ରେଣୀଭୁକ୍ତ କରିଛି ଯାହା ଜୁଲାଇ 4 ରୁ କାର୍ଯ୍ୟକାରୀ ହେବ। ଜାମ୍ମୁ ପ୍ରଦେଶର ରାମବାନ୍ ଜିଲ୍ଲା ରେଡ୍ ଜୋନ୍ ଅଧୀନରେ ଥିବାବେଳେ ସାମ୍ବା, ଗାଣ୍ଡରବାଲ୍, ପୁଞ୍ଚ୍ ଅରେଞ୍ଜ ଜୋନ୍ ଅନ୍ତର୍ଗତ । କେବଳ ଡୋଡା ଏବଂ କିସ୍ତୱାର ଜିଲ୍ଲା ଗ୍ରୀନ ଜୋନ୍ ଅନ୍ତର୍ଗତ ।

ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ସବିଶେଷ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜୁଲାଇ 4 ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଅଣ-ଅତ୍ୟାବଶ୍ୟକ କାର୍ଯ୍ୟକଳାପ ପାଇଁ ବ୍ୟକ୍ତିବିଶେଷଙ୍କ ଗତିବିଧି ସମଗ୍ର କେନ୍ଦ୍ରସାଶିତ ଅଞ୍ଚଳରେ ରାତି 10 ରୁ 5 ଟା ମଧ୍ୟରେ ବନ୍ଦ ରହିବ । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଧାରା 144 ଅନୁଯାୟୀ ଏହି ସମ୍ବନ୍ଧରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ପ୍ରଦାନ କରିବେ । ଗାଇଡଲାଇନ ଅନୁଯାୟୀ, ହୋଟେଲ ସମେତ ସମସ୍ତ ରେଷ୍ଟୁରାଣ୍ଟ, ହୋମ ଡେଲିଭରି କରିପାରିବେ, କାର୍ଯ୍ୟାଳୟରେ 50 ପ୍ରତିଶତ ପର୍ଯ୍ୟନ୍ତ କ୍ଷମତା ସହିତ କାର୍ଯ୍ୟ କରିପାରିବେ । ଜୁନ୍ 4 ତାରିଖ ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଅନୁଯାୟୀ ହୋଟେଲ ଏବଂ ଆତିଥ୍ୟ ସେବା 100 ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିପାରିବ ।

ଏହି ସମୟରେ, ରେଡ୍ ଜୋନ ଜିଲ୍ଲା ବ୍ୟତୀତ ସମସ୍ତ ସପିଂ ମଲ୍ ଖୋଲିପାରିବ ଯେଉଁଠାରେ ସେମାନେ ଡେପୁଟି କମିଶନରଙ୍କ ଦ୍ବାରା ନିୟନ୍ତ୍ରିତ ହେବ ଏବଂ ବିକଳ୍ପ ଦିନରେ 50 ପ୍ରତିଶତ ଦୋକାନ ଖୋଲା ରହିବ। ମଲ୍‌ରେ ଦୋକାନଗୁଡ଼ିକ ସକାଳ 9 ଟାରୁ ସନ୍ଧ୍ୟା 7 ଟାପର୍ଯ୍ୟନ୍ତ ଖୋଲିପାରିବ ବୋଲି ପ୍ରଶାସନ ସୂଚନା ଦେଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.