ଜମ୍ମୁ: ଜମ୍ମୁ କାଶ୍ମୀରରେ ସୋସିଆଲ ମିଡିଆର କରାଯାଉଛି ଦୂରୁପଯୋଗ । ଉପତ୍ୟକାରେ ହିଂସା ଉସୁକାଇବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି । ବୁଧବାର ଏହି ସୂଚନା ଦେଇଛି ଜମ୍ମୁ ଓ କାଶ୍ମୀର ପୋଲିସ ।
VPNs(Virtual private networks) ମାଧ୍ୟରେ ସୋସିଆଲ ମିଡିଆର ବ୍ୟବହାର କରି ଅନେକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରାଯାଉଥିବାର ପ୍ରମାଣ ପୋଲିସ ପାଇଛି । ଏହାକୁ ଆଧାର କରି ସୋସିଆଲ ମିଡିଆର ଦୁରୂପଯୋଗ ହେଉଥିବା ସୂଚନା ଦେଇଛନ୍ତି ଡିଜିପି ଦିଲବାଗ୍ ସିଂହ ।
ଜମ୍ମୁ କାଶ୍ମୀରର ପ୍ରଶାସନ ସୋସିଆଲ ମିଡିଆ ଉପରେ ବ୍ୟାନ ଲଗାଇବା ପାଇଁ ଜାନୁଆରୀ 14ରେ ଏକ ଆଦେଶ ଜାରି କରିଥିଲେ । ମାତ୍ର ପୋଲିସ କେବଳ ଏହାର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଧରିପାରିଛି । ଡିଜିପି କହିଛନ୍ତି ହ୍ବାଟ୍ସଆପ ଜରିଆରେ କିଛି ସୂଚନା ସେୟାର କରାଯାଉଥିଲା । ପରେ ଏହାକୁ ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ହିଁ କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପିଟିଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ