ETV Bharat / bharat

ପୋଲିସ ପାର୍ଟି ଉପରେ ଆତଙ୍କୀ ହମଲା, 2 ପୋଲିସ ଶହୀଦ ଓ ଜଣେ ଆହତ - ଆତଙ୍କୀ ହମଲା

ସ୍ୱାଧୀନତା ଦିବସର ଦିନ ପୂର୍ବରୁ ପୋଲିସ ପାର୍ଟି ଉପରେ ଆତଙ୍କୀ ହମଲା। ଏହି ଘଟଣା ଜାମ୍ମୁ କାଶ୍ମୀର ନୌଗାଁଓରେ ଅଞ୍ଚଳରେ ଘଟିଛି। ଘଟଣାସ୍ଥଳରେ 2 ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ପୋଲିସ ପାର୍ଟି ଉପରେ ଆତଙ୍କୀ ହମଲା, 2 ପୋଲିସ ସହୀଦ ଓ ଜଣେ ଆହତ

author img

By

Published : Aug 14, 2020, 11:49 AM IST

ଶ୍ରୀନଗର: ସ୍ୱାଧୀନତା ଦିବସର ଦିନ ପୂର୍ବରୁ ପୋଲିସ ପାର୍ଟି ଉପରେ ଆତଙ୍କୀ ହମଲା। ଏହି ଘଟଣା ଜାମ୍ମୁ କାଶ୍ମୀର ନୌଗାଁଓରେ ଅଞ୍ଚଳରେ ଘଟିଛି। ଘଟଣାସ୍ଥଳରେ 2 ଜଣ ପୋଲିସ କର୍ମୀ ଶହୀଦ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ସକାଳ ପ୍ରାୟ 9.15 ବେଳେ ଶ୍ରୀନଗରର ନୌଗାଁଓ ବାଇପାସରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ପୋଲିସ ପାର୍ଟିରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣ ସମୟରେ 2 ଜଣ ପୋଲିସ ଶହୀଦ ହୋଇଛନ୍ତି ଓ ଜଣେ ପୋଲିସ ଆହତ ହୋଇଛନ୍ତି। ଆହତ କର୍ମଚାରୀ ଜଣଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। "

ଶହୀଦ ହୋଇଥିବା ଦୁଇ ପୋଲିସ ଇଶ୍ଫାକ ଅହମ୍ମଦ ଏବଂ ଫାୟାଜ ଅହମ୍ମଦ ବୋଲି ଜାମ୍ମୁ କାଶ୍ମୀର ପୋଲିସ କହିଛି। ସେପଟେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରି ରହି ଆକ୍ରମଣକାରୀଙ୍କୁ ଟ୍ରାକ କରିବା ପାଇଁ ଅପରେସନ୍ ଆରମ୍ଭ କରିଛନ୍ତି।

ସ୍ୱାଧୀନତା ଦିବସ ପୂର୍ବରୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସାମରିକ ବଳକୁ ବୃଦ୍ଧି କରାଯିବା ପରେ ଏହି ଆକ୍ରମଣ ଯୋଜନା ହୋଇଛି। ଅଧିକାରୀଙ୍କ କହିବାନୁସାରେ, ସହରର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଚେକ୍ ପଏଣ୍ଟ ପ୍ରତିଷ୍ଠା କରାଯାଇଛି। ଏବଂ ଏହାର ଉପକଣ୍ଠ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଯୋଜନା ରହିଛି। ସୈନ୍ୟବାହିନୀକୁ ସଜାଗ ରହିବାକୁ ତଥା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖି ଯାଞ୍ଚକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.