ନୂଆଦିଲ୍ଲୀ: ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ନିଜ ଟ୍ବିଟ୍କୁ ନେଇ ସର୍ବଦାଚର୍ଚ୍ଚାରେ ରୁହନ୍ତି । ସେ ଟ୍ବିଟ୍ରରେ ସବୁବେଳେ ସକ୍ରୀୟ ରହୁଥିବା ଦେଖିବାକୁ ମିଳେ । ଟ୍ବିଟ୍ରରେ ପଚାରା ଯାଉଥିବା ପ୍ରତିଟି ପ୍ରଶ୍ନର ସମ୍ଭବତଃ ଉତ୍ତର ଦେବାକୁ ଚେଷ୍ଟା କରନ୍ତି ସେ । ତେବେ ସୁଷମା ସ୍ବରାଜ ଶନିବାର ଟ୍ବିଟର୍ରେ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇଥିଲେ । ଯାହାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ଜଣେ ଟ୍ବିଟ୍ର ୟୁଜର । ସୁଷମାଙ୍କ ଟ୍ବିଟ୍ ସେ ନିଜେ କରନ୍ତି ନାହିଁ ବୋଲି କହିଥିଲେ ୟୁଜର ଜଣକ । ଯାହାର ମଜାଦାର ଜବାବ ରଖିଛନ୍ତି ସୁଷମା ।
ସମିତ ନାମକ ଜଣେ ଟ୍ବିଟ୍ର ୟୁଜର କହିଥିଲେ, ଟ୍ବିଟ୍ କରୁଥିବା ବ୍ୟକ୍ତିବିଶେଷ ଜଣକ ନିଶ୍ଚିତ ରୂପରେ ସୁଷମା ସ୍ବରାଜ ନୁହନ୍ତି । ତାଙ୍କ ସ୍ଥାନରେ କୌଣସି ଭଡାଟିଆ ପିଆର ଥିବ, ଯିଏ କି ତାଙ୍କ ପାଇଁ ଟ୍ବିଟ୍ କରେ । ତେବେ ସୁଷମା ଏହାର ଜବାବ କିଛି ମଜାଳିଆ ଢଙ୍ଗରେ ଦେଇଛନ୍ତି । ସେ କହିଛନ୍ତି, ନିଶ୍ଚିନ୍ତ ରୁହନ୍ତୁ-ଇଏ ମୁଁ ହିଁ ମୋ ଭୁତ ନୁହେଁ ।
ସୂଚନା ଯୋଗ୍ୟ ଯେ, ବିଦେଶମନ୍ତ୍ରୀ ଶନିବାର ନିଜକୁ ଚୌକିଦାର କହିବାର କାରଣ ମଧ୍ୟ ଏକ ମଜାଳିଆ ଢଙ୍ଗରେ ଦେଇଥିଲେ । ଦେଶର ବିଦେଶ ମନ୍ତ୍ରୀ ଏବଂ ବିଜେପିର ଏକମାତ୍ର ବୁଦ୍ଧିମାନ ନେତା ହୋଇ ମଧ୍ୟ ଆପଣ ନିଜକୁ ଚୌକିଦାର କାହିଁକି କହୁଛନ୍ତି ବେଲି ଜଣେ ଟ୍ବିଟ୍ର ୟୁଜର ତାଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏହାର ଜବାବରେ ସୁଷମା କହିଥିଲେ, ମୁଁ ବିଦେଶରେ ଭାରତର ହିତ ଏବଂ ଭାରତୀୟ ନାଗରୀକଙ୍କ ଚୌକିଦାରୀ କରେ । ତେଣୁ ମୁଁ ନିଜକୁ ଚୌକିଦାର ବୋଲି କୁହେ ।