ETV Bharat / bharat

17,000 ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା, ଯବାନଙ୍କ ଜୟ ଧ୍ବନିରେ ପ୍ରକମ୍ପିତ ପରିବେଶ - ଇଣ୍ଡୋ ତିବେତାନ୍ ବର୍ଡର ପୋଲିସ

ଲଦାଖର 17,000 ଫୁଟ ଉଚ୍ଚରେ ଇଣ୍ଡୋ-ତିବ୍ଦତୀୟ ବର୍ଡର ପୋଲିସ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ପତାକା ଧରି ସୈନ୍ୟ ମାନେ ଆଗେଇ ଚାଲିବା ସହ ଭାରତ ମାତା କି ଜୟ ଧ୍ବନିରେ ପରିବେଶକୁ ଦେଶ ପ୍ରେମ ମୁଗ୍ଧ କରିଦେଇଛନ୍ତି।

17,000 ଫୁଟ ଉଚ୍ଚରେ ଉଡିଲା ତ୍ରୀରଙ୍ଗା, ଯବାନଙ୍କ ଜୟ ଧ୍ବନିରେ ପ୍ରକମ୍ପିତ ପରିବେଶ

author img

By

Published : Aug 15, 2020, 8:42 AM IST

ନୂଆଦିଲ୍ଲୀ: ଜଳ, ସ୍ଥଳ ଓ ଅନ୍ତରୀକ୍ଷା ଆଜି ତ୍ରିରଙ୍ଗା ମୟ। ସବୁଠୁ ଗୋଟିଏ ସ୍ବର ଭାରତ ମାତା କି ଜୟ ଓ ବନ୍ଦେ ମା ତରମ୍। ଜାତୀୟ ସଙ୍ଗୀତ ଜନ ଗଣ ମନରେ ଗୁଞ୍ଜରୀତ ହେଉଛି ଗଗନ ପବନ। ଚାରିଆଡେ ଖେଳିଯାଇଛି ଦେଶ ପ୍ରେମର ଏକ ବିରାଟ ଅନୁଭବ। ଆଜି ମାଟି ମା’ ପ୍ରତି ଭଲପାଇବାରେ ସମସ୍ତେ ଏକାକାର ହୋଇଯାଇଛନ୍ତି।

ତେବେ ଚଳିତ ବର୍ଷ ଦେଶ 74 ତମ ସ୍ବାଧୀନତା ଦିବସକୁ ଖୁବ୍ ନିଆରା ଢଙ୍ଗରେ ପାଳନ କରୁଛି । ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳ କରୁଥିବା ବେଳେ ଉଚ୍ଚ ପର୍ବତ ଶିଖରେ ମଧ୍ୟ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା।

ଲଦାଖର 17,000 ଫୁଟ ଉଚ୍ଚରେ ଇଣ୍ଡୋ ତିବେତାନ୍ ବର୍ଡର ପୋଲିସ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ପତାକା ଧରି ସୈନ୍ୟ ମାନେ ଆଗେଇ ଚାଲିବା ସହ ଭାରତ ମାତା କି ଜୟ ଧ୍ବନିରେ ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଛନ୍ତି ।

ସେହିପରି ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି) ଯବାନମାନେ 14,000 ଫୁଟ ଉଚ୍ଚରେ ପାଙ୍ଗୋଙ୍ଗ ହ୍ରଦ କୂଳରେ 74 ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ଏହି ଚିତ୍ର ପ୍ରତ୍ୟେକ ଭାରତୀୟଙ୍କୁ ଆଜି ଦିନର ସ୍ବତନ୍ତ୍ରତାକୁ ମନେପକାଇ ଦେବା ସହ ଖୁସିରେ ଆତ୍ମହରା କରାଇଦେଉଛି। ଅନ୍ୟପଟେ ଭାରତ-ତିବ୍ଦତୀୟ ସୀମା ପୋଲିସ୍ (ITBP) ଯବାନମାନେ ଲଦାଖରେ 16,000 ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.