ଜୟପୁର: ସାରା ବିଶ୍ବରରେ ଆତଙ୍କ ଖେଳାଉଥିବା ମହାମାରୀ କୋରୋନା ଭାଇରସ ଏବେ ଭାରତର ଚିନ୍ତା ବଢାଇଦେଇଛି । ଦିଲ୍ଲୀ ଓ ତେଲେଙ୍ଗାନା ପରେ ରାଜସ୍ଥାନର ରାଜଧାନୀ ଜୟପୁରରେ ମଧ୍ୟ ପହଞ୍ଚି ସାରିଛି ଏହି ଭାଇରସ । ଜୟପୁରରେ ଜଣେ ଇଟାଲୀ ନାଗରିକ ଓ ତାଙ୍କ ପତ୍ନୀ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏମାନଙ୍କ ଶରୀରରେ କୋରୋନା ଭାଇରସ ପଜିଟିଭ ମିଳିଛି ।
କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ଆଲର୍ଟରେ ରହିଛନ୍ତି କେନ୍ଦ୍ର ସରକାର । ସେପଟେ ଦକ୍ଷିଣ ଦିଲ୍ଲୀର ଏକ ହୋଟେଲରେ ଥିବା 24ଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ITBP କ୍ୟାମ୍ପକୁ ପଠାଇ ଦିଆଯାଇଛି । ITBP କ୍ୟାମ୍ପକୁ ପଠାଯାଇଥିବା 24 ଜଣଙ୍କ ମଧ୍ୟରୁ 3 ଜଣ ଭାରତୀୟ ହୋଇଥିବା ବେଳେ 21 ଜଣ ଇଟାଲୀ ନାଗରିକ ହୋଇଥିବା ଜଣାପଡିଛି ।
ସେହିପରି ଉତ୍ତର ପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 6ଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସମସ୍ତ ସନ୍ଦିଗ୍ଧ ରୋଗୀଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଇଯାଇଛି ।
@ANI