ETV Bharat / bharat

କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ଚଢାଉ - କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର

କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବରଙ୍କ ଘରେ ଆୟକର ବିଭାଗର ଚଢାଉ । ତେବେ ଏହାର କାରଣ ଜାଣିନଥିବା କହିଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 10, 2019, 1:07 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ଉପ ମୂଖ୍ୟମନ୍ତ୍ରୀ ଡ. ଜି ପରମେଶ୍ବରଙ୍କ ବାସଭବନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ଘର, ତାଙ୍କର ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସମ୍ପତ୍ତି ଉପରେ ଆୟକର ବିଭାଗ ଛାନଭିନ କରୁଛି । ଚଢାଉ ସମୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି।

ଏନେଇ ପରମେଶ୍ବର କହିଛନ୍ତି ଆୟକର ବିଭାଗ ପକ୍ଷରୁ ହୋଇଥିବା ଚଢାଉ ସମ୍ପର୍କରେ ପୂର୍ବରୁ ମୋତେ କୌଣସି ସୂଚନା ଦିଆଯାଇନଥିଲା। ଆୟକର ବିଭାଗର 10 ଜଣ ଅଫିସର ମୋର ଘର, ଶିକ୍ଷାନୁଷ୍ଠାନ ଆଦି ସ୍ଥାନରେ ଚଢାଉ କରିଛନ୍ତି । ମୋ ନିକଟରେ ଏନେଇ କୌଣସି ସଠିକ ସୂଚନା ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି କି ଶିକ୍ଷାନୁଷ୍ଠାନ ଗୁଡିକ ଅନେକ ବର୍ଷର । ଏହାକୁ ମୋ ବାପା ଗଢି ତୋଳିଥିଲେ । ମୁଁ ମୋ ନିର୍ବାଚନମଣ୍ଡଳୀରେ ଏକ ପୂଜାରେ ଯୋଗଦେବା ପାଇଁ ଯାଇଥିଲି । ସେଠାରେ ମୋତେ ଏହି ଚଢାଉ ସମ୍ପର୍କରେ ସୂଚନା ମିଳିଛି । ତେବେ ମେଡ଼ିକାଲ ସିଟ ଆବଣ୍ଟନକୁ ନେଇ ତାଙ୍କ ନିକଟରେ ମଧ୍ୟ କୌଣସି ସୂଚନା ନାହିଁ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଡ. ଜି ପରମେଶ୍ବରଙ୍କ ମେଡିକାଲ ଏବଂ ଇଞ୍ଜିନିୟରିଂ କଲେଜ ରହିଛି । ବର୍ତ୍ତମାନ ଆୟକର ବିଭାଗ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରିଥିବା ଜଣାପଡ଼ିଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.