ନୂଆଦିଲ୍ଲୀ:ରାଜ୍ୟସଭାର ଶୂନ୍ୟକାଳରେ ସୀମାପାର ଆତଙ୍କୀ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ସୀମାପାର ଆତଙ୍କୀଙ୍କ ପାଇଁ ଭାରତରେ ଘଟୁଥିବା ଅଘଟଣ ବିଷୟ ରାଜ୍ୟସଭାରେ ସେ ଆଜି ଉଠାଇଛନ୍ତି ।
ଏହି ଅବସରରେ ଭାରତ ଏହାକୁ ରୋକିବାକୁ ନେଉଥିବା ସମସ୍ତ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ଦେଶ ଭିତରେ ତଥା ସୀମା ନିକଟରେ ଭାରତ ପକ୍ଷରୁ ଏହି ଆତଙ୍କବାଦୀଙ୍କୁ ରୋକିବାକୁ କରାଯାଉଥିବା ସମସ୍ତ ପ୍ରୟାସକୁ ସେ ଉଲ୍ଲେଖ କରିବା ସହ ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଏପ୍ରସଙ୍ଗରେ ପାକିସ୍ତାନକୁ ଘେରିଥିବାରୁ ସେ ସରକାରଙ୍କୁ ପ୍ରଶଂସା କରିଛନ୍ତି ।
ତେବେ ଏସବୁ ଭିତରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଭାରତ ଦାବି କରୁଥିବା ଅନେକ ଆତଙ୍କବାଦୀଙ୍କ ନାମ ସ୍ଥାନ ପାଉନଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସାମ୍ନାରେ ଭାରତ ତାର ପକ୍ଷ ଦୃଢତାର ସହ ରଖିବାକୁ ସେ ଦାବି କରିଛନ୍ତି ।