ନୂଆଦିଲ୍ଲୀ: ଭାରତୀୟ ମହାକାଶଗବେଷଣା ସଂସ୍ଥାନ (ଇସ୍ରୋ) ନିକଟରେ ପ୍ରତିରକ୍ଷା ଅନୁସନ୍ଧାନବିକାଶ ସଙ୍ଗଠନ (ଡିଆରଡିଓ)ର 2ଟି ସର୍ଭିଲାନ୍ସ ସାଟେଲାଇଟ ଏବଂ ଅନ୍ୟାନ୍ୟ 28ଟି କଷ୍ଟମର ଉପଗ୍ରହସଫଳତାର ସହିତ ପ୍ରକ୍ଷେପଣ କରିବା ସହିତ କକ୍ଷପଥରେ ଅବସ୍ଥାପିତ କରି ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି ।ତେବେ ଇସ୍ରୋ ଚଳିତ ବର୍ଷ ପୂନର୍ବାର ଦେଶରପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିବା ପାଇଁ ଅନ୍ତରୀକ୍ଷକୁ ସାମରିକ ଉପଗ୍ରହ ପ୍ରେରଣ କରିବ ବୋଲି ସୂଚନା ମିଳିଛି । ଆଗାମୀ ଦିନରେ 5ଟିଆଡଭାନ୍ସଡ ମିଲିଟାରୀସାଟେଲାଇଟ ବା ସାମରିକଉପଗ୍ରହ ଲଞ୍ଚ କରିବ ।
ଇସ୍ରୋ ନୂଆ ସିରିଜର ରିସେଟ ସାଟେଲାଇଟ ଓ ଗୋଟିଏ ଆଡଭାନ୍ସଡ କାର୍ଟୋସେଟ-3 ସାଟେଲାଇଟ ଲଞ୍ଚ କରିବାକୁ ଯାଉଛି । ତେବେ ପିଓକେରେ 2016ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଓ ଚଳିତବର୍ଷ ବାଲାକୋଟ ଆତଙ୍କି କ୍ୟାମ୍ପରେ ହୋଇଥିବା ଏୟାର ଷ୍ଟ୍ରାଇକ ପାଇଁ ପୁରୁଣା ରିସେଟ ସିରିଜ ସାଟେଲାଇଟସ ଦ୍ବାରା ଫଟୋ ବ୍ୟବହୃତ ହୋଇଥିଲା ।
ଅତୀତରେ ଇସ୍ରୋ ବର୍ଷକ ଭିତରେ ଗୋଟେ କିମ୍ବା 2ଟି ମିଲିଟାରୀ ସାଟେଲାଇଟ ମହାକାଶକୁ ଉତକ୍ଷେପଣ କରିଥାଏ । କିନ୍ତୁ ପାକିସ୍ତାନ ସହ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଇସ୍ରୋ ପ୍ଲାନପରିବର୍ତ୍ତନ କରିଛି। ଇସ୍ରୋର ଚେୟାରମ୍ୟାନ କେ. ସିବନଙ୍କ ସୂଚନାମୂତାବକ ଚଳିତବର୍ଷ ସାଟେଲାଇଟ ଓ ରକେର୍ଟକୁ ମିଶାଇ ସମୁଦାୟ 33 ଅଭିଯାନକୁ ସଫଳ କରିବା ଲକ୍ଷ୍ଯ ରଖିଛୁ ।
ତେବେ ଆସନ୍ତା ମେ ମାସରେ PSLB-46 ରକେଟ ଦ୍ବାରା ରିସେଟ-2Bକୁଉତକ୍ଷେପଣ କରାଯିବ। ଏହାପରେ ଜୁନ ମାସର 4ର୍ଥ ସପ୍ତାହରେ PSLB-C47 ଦ୍ବାରା କାର୍ଟୋସେଟ-2 2Bକୁ ଅନ୍ତରୀକ୍ଷକୁ ପ୍ରେରଣ କରାଯିବ। କାର୍ଟୋସେଟ୍-3 ଏକ ଆଡଭାନ୍ସଡ୍ଉପଗ୍ରହ ଯାହାର 0.2 ମିଟରର ରିଜୋଲେସନ ପର୍ଯ୍ୟନ୍ତ ଜୁମ୍ କରିପାରିବାର କ୍ଷମତା ରହିଛି। ଯାହାକୁ ଦୁନିଆର ସର୍ବୋତ୍ତମ ଭାବେ ଜଣାଯାଏ। ଏହାର ରିଜୋଲେସନ ସର୍ବାଧିକ । ତେଣୁଏହା ଦ୍ବାରା ଅତିଛୋଟରୁ ଛୋଟ ଜିନିଷ ସ୍ପଷ୍ଟ ଭାବେ ନଜର ଆସିଥାଏ ।