ETV Bharat / bharat

ଇସ୍ରୋ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Oct 2, 2019, 10:43 AM IST

ଇସ୍ରୋ ବୈଜ୍ଞାନିକ ଏସ୍‌.ଆର୍‌ ସୁରେଶ କୁମାରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମଙ୍ଗଳବାର ହାଇଦ୍ରାବାଦ ସ୍ଥିତ ବାସଭବନରୁ ତାଙ୍କର ମୃତଦେହକୁ ଠାବ କରିଛି ପୋଲିସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ଇସ୍ରୋ ବୈଜ୍ଞାନିକ ଏସ୍‌.ଆର୍‌ ସୁରେଶ କୁମାରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମଙ୍ଗଳବାର ହାଇଦ୍ରାବାଦ ସ୍ଥିତ ବାସଭବନରରୁ ତାଙ୍କର ମୃତଦେହକୁ ଠାବ କରିଛି ପୋଲିସ । ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇବା ସହ ଏ ମାମଲାର ତଦନ୍ତ କରୁଛି ହାଇଦ୍ରାବାଦ ପୋଲିସ ।

56 ବର୍ଷୀୟ ସୁରେଶ ଇସ୍ରୋର ନ୍ୟାସନାଲ ରିମୋଟ ସେନସିଙ୍ଗ୍‌ ସେଣ୍ଟରରେ କାର୍ଯ୍ୟରତ ଥିଲେ । ସେ ହାଇଦ୍ରାବାଦର ଅମିରପେଟସ୍ଥିତ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟରେ ଏକା ରହୁଥିଲେ । ତେବେ ମଙ୍ଗଳବାର ସେ କାର୍ଯ୍ୟାଳୟ ନପହଞ୍ଚିବାରୁ ତାଙ୍କ ସହଯୋଗୀ ତାଙ୍କୁ ଫୋନ କରିଥିଲେ । ସୁରେଶ କୌଣସି ପ୍ରତିକ୍ରିୟା ନଦେବାରୁ ଏନେଇ ତାଙ୍କ ପରିବାରକୁ ଏନେଇ ଜଣାଇ ଦିଆଯାଇଥିଲା । ଚେନ୍ନାଇର ଏକ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ସୁରେଶଙ୍କ ପତ୍ନୀ ଏନେଇ ଜାଣିବା ପରେ ତୁରନ୍ତ ହାଇଦ୍ରାବାଦ ଆସିଥିଲେ । ତେବେ ପୋଲିସ ସହାୟତାରେ ସେ ଫ୍ଲାଟ ଖୋଲିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁରେଶଙ୍କ ମୃତଦେହ ମିଳିଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ତେବେ ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଏ ଘଟଣାର ତଦନ୍ତ କରୁଛି ପୋଲିସ ।

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.