ETV Bharat / bharat

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-2 କୁ ପୁରିଲା ବର୍ଷେ

author img

By

Published : Aug 21, 2020, 11:57 AM IST

ଗୁରୁବାର ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-2କୁ ବର୍ଷେ ପୁରିଛି । ଆହୁରି 7 ବର୍ଷ ପାଇଁ ଚନ୍ଦ୍ରଯାନ-2ରେ ପର୍ଯ୍ୟାପ୍ତ ଇନ୍ଧନ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-2 କୁ ପୁରିଲା ବର୍ଷେ
ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-2 କୁ ପୁରିଲା ବର୍ଷେ

ନୂଆଦିଲ୍ଲୀ: ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-2 ଚନ୍ଦ୍ର ପୃଷ୍ଠରେ ଏକ ବର୍ଷ ପୁରା କରିଛି । ଆହୁରି ସାତ ବର୍ଷ ପାଇଁ ଚନ୍ଦ୍ରଯାନ-2ରେ ପର୍ଯ୍ୟାପ୍ତ ଇନ୍ଧନ ରହିଛି । 2019 ମସିହା ଜୁଲାଇ 22 ଏହାକୁ ଲଞ୍ଚ କରାଯାଇଥିଲା ଏବଂ ଠିକ୍ ଗୋଟିଏ ବର୍ଷ ପୂର୍ବେ 20 ଅଗଷ୍ଟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ​। ଗୁରୁବାର ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୨ ଗୁରୁବାର ଦିନ ଚନ୍ଦ୍ର କକ୍ଷପଥରେ ପରିକ୍ରମାର କରିବାର ଏକ ବର୍ଷ ପୁରା କରିଛି । ଏହାର ସମସ୍ତ ଯନ୍ତ୍ରପାତି ବର୍ତ୍ତମାନ ଭଲ କାମ କରୁଛି।

ଇସ୍ରୋ କହିଛି, ଚନ୍ଦ୍ରଯାନ-2 ଲ୍ୟାଣ୍ଡିଂ (ରେଭୋର ନେଇଥିବା ଲ୍ୟାଣ୍ଡର) କରିବାରେ ସଫଳ ହୋଇନଥିଲା । କିନ୍ତୁ 8ଟି ବୈଜ୍ଞାନିକ ଉପକରଣରେ ସୁସଜ୍ଜିତ ଅନ୍ତରୀକ୍ଷଯାନ ସଫଳତାପୂର୍ବକ ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା ।

ମହାକାଶଯାନ ଚନ୍ଦ୍ରର କକ୍ଷପଥରେ ପ୍ରାୟ 4,400 କକ୍ଷପଥ ସମାପ୍ତ କରିଛି ଏବଂ ଏହାର ସମସ୍ତ ଯନ୍ତ୍ରପାତି ଭଲ କାମ କରୁଛି। ଇସ୍ରୋ ଏକ ବିବୃତ୍ତିରେ କହିଛି ଯେ ମହାକାଶଯାନଟି ସମ୍ପୂର୍ଣ୍ଣ ଭଲ ଥିଲା ଏବଂ ଏହାର ଉପ ପ୍ରଣାଳୀର ପ୍ରଦର୍ଶନ ସାମାନ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.