ଶ୍ରୀନଗର : ଭାରତକୁ କୋରୋନା ଭୟ । କୋରୋନା ମୁକାବିଲା ପାଇଁ ଜମ୍ମୁ ଓ କାଶ୍ମୀରରେ ଖୋଲାଗଲା 30 ଆଇସୋଲେସନ ଓ୍ବାର୍ଡ । ଭାରତରେ 31 ଜଣ କୋରନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ବିଶ୍ବରେ 3282ଜଣଙ୍କ ମୃତ୍ୟୁ ହୋଇଛି । ଚାଇନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବଢୁଥୁବା ବେଳେ ଏହା ଅନ୍ୟ ଦେଶ ଗୁଡିକୁ ବ୍ୟାପିବାରେ ଲାଗିଛି । ଯେଉଁମାନେ ଇଟାଲୀ ଏବଂ ଦକ୍ଷିଣ କୋରିଆରୁ ଆସୁଛନ୍ତି ସେମାନେ ନିଶ୍ଚିତ ଭାବରେ କୋରୋନା ଯାଞ୍ଚ ପ୍ରମାଣପତ୍ର ପ୍ରଦାନ କରିବେ | ସୀମାନ୍ତରେ ଥିବା ଚେକପୋଷ୍ଟରେ 24 ଘଣ୍ଟା ଡାକ୍ତର ନିୟୋଜନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |
ସୂଚନାଯୋଗ୍ୟ, ବିଶ୍ବବ୍ୟାପୀ 95,512 ଜଣ ଆକ୍ରାନ୍ତ ହୋଇଥିବାବେଳେ, 3300ରୁ ଅଧିକ ପ୍ରାଣ ହାରିଲେଣି । ସେହିପରି ଭାରତରେ ମଧ୍ୟରେ କୋରୋନା ପ୍ରବେଶ କରିବା ସହ 31ଜଣଙ୍କ ଠାରେ କୋରୋନା ପଜେଟିଭ ମିଳିଛି । ଯାହାକୁ ନେଇ ସବୁଠି ସତର୍କତା ଅବଲମ୍ବନ କରାଯାଇଛି ।
ସୌଜନ୍ୟ @ANI