ନୂଆଦିଲ୍ଲୀ: ଆଜି ପବିତ୍ର ଜନ୍ମାଷ୍ଟମୀ। ଯାହାକୁ ନେଇ ପଲ୍ଲୀଠୁ ଦିଲ୍ଲୀ ସବୁଠି ଉତ୍ସବ ମୁଖର। ଏହି ଅବସରରେ ନୂଆଦିଲ୍ଲୀର ପୂର୍ବ କୈଳାସସ୍ଥିତ ଇସ୍କନ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ବିଶ୍ବର ସବୁଠୁ ଭାରୀ ଗୀତାର ମଧ୍ୟ ଦର୍ଶନ କରୁଛନ୍ତି ଭକ୍ତ । ଯାହାର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।
ପବିତ୍ର ଜନ୍ମାଷ୍ଟମୀ ଅବସରରେ ଏହି ମନ୍ଦିରକୁ ବିଭିନ୍ନ ରଙ୍ଗବେରଙ୍ଗର ଫୁଲରେ ସଜାଯାଇଛି। ଆଲୋକମାଳାରେ ଝଲସି ଉଠୁଛି ସମ୍ପୂର୍ଣ୍ଣ ମନ୍ଦିର । ଏହା ସହିତ ଏଠାରେ ଲଗାଯାଇଥିବା ଏଲଇଡି ଲାଇଟ ମାଧ୍ୟମରେ ଭଗବାନ କୃଷ୍ଣଙ୍କ ଅଦ୍ଭୂତ ଲୀଳା ସମ୍ପର୍କରେ ବର୍ଣ୍ଣନା କରାଯାଉଛି । ଜନ୍ମ ଅବସରରେ ଶ୍ରୀକୃଷ୍ଣଙ୍କୁ 2008 ପ୍ରକାରର ବ୍ୟଞ୍ଜନ ସହ ବିଶେଷ ଭୋଗ ଲାଗି ହେବ । ଯାହା ମଧ୍ୟରେ ରହିଛି ଋଷର ଭକ୍ତଙ୍କ ଦ୍ବାରା ପ୍ରସ୍ତୁତ ଖାସ କେକ୍। ସୁରକ୍ଷାକୁ ଦୃଷ୍ଟିରେ ରଖି 400 ପୋଲିସ କର୍ମୀଙ୍କ ସମେତ 350 ବେସରକାରୀ ସୁରକ୍ଷା ଗାର୍ଡଙ୍କୁ ନିୟୋଜିତ ହୋଇଛନ୍ତି । ଏଥିସହ 185ଟି ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।