ETV Bharat / bharat

ଆଇଏସଆଇଏସ ସମ୍ପୃକ୍ତିରେ ବାଂଲାଦେଶୀ ଛାତ୍ରୀକୁ 42ବର୍ଷ ଦଣ୍ଡାଦେଶ

ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ବାଂଲାଦେଶୀ ଛାତ୍ରୀକୁ 42 ବର୍ଷ ଜେଲ ଦଣ୍ଡାଦେଶ । ଭିକ୍ଟୋରିଆର ଉଚ୍ଚତମ ନ୍ୟାୟଳୟ ଏହି ଘଟଣାର ବିଚାର କରି ଛାତ୍ରୀ ଜଣକୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ଫାଇଲ ଫଟୋ
author img

By

Published : Jun 6, 2019, 11:06 AM IST

ନୂଆଦିଲ୍ଲୀ: ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ବାଂଲାଦେଶୀ ଛାତ୍ରୀକୁ 42 ବର୍ଷ ଜେଲ ଦଣ୍ଡାଦେଶ । ଏହି ବାଂଲାଦେଶୀ ଛାତ୍ରୀ ଜଣକ ହେଲେ ମୋମେନା ସୀମା (26) । ଭିକ୍ଟୋରିଆର ଉଚ୍ଚତମ ନ୍ୟାୟଳୟ ଏହି ଘଟଣାର ବିଚାର କରି ଛାତ୍ରୀ ଜଣକୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

ଅଦାଲତରେ ଛାତ୍ରୀ ଜଣକ ବୁର୍ଖା ପିନ୍ଧିଥିଲେ ଯେଉଁଥିରେ କେବଳ ଆଖି ହିଁ ଦିଶୁଥିଲା । ତେବେ ରାୟ ଶୁଣାହେବା ପରେ ଛାତ୍ରୀ ଜଣକ ଅଦାଲତ ମଧ୍ୟରେ 'ଆଲ୍ହା ହୋ ଆକବର' ନାରା ଦେଇଥିଲେ ।

ଏହି ଛାତ୍ରୀ ଜଣକ ବର୍ତ୍ତମାନ ଅଷ୍ଟ୍ରେଲିଆର ଏକ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନରତ । କେବଳ ସେତିକି ନୁହେଁ ଆଇଏସଆଇଏସ ଲେଖା ଥିବା ଏକ ଛୁରୀ ସାହାଯ୍ୟରେ ଛାତ୍ରୀ ଜଣକ ନିଜର ଘର ମାଲିକକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ତେବେ ରାୟ ଶୁଣାଇବା ସମୟରେ କୋର୍ଟ ମଧ୍ୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିବାରୁ ଛାତ୍ରୀ ଜଣକୁ ଦଣ୍ଡାଦେଶର 31 ବର୍ଷ 6 ମାସ ପର୍ଯ୍ୟନ୍ତ ଜାମିନ ମିଳି ପାରିବ ନାହିଁ ବୋଲି ବିଚାରପତି ରାୟରେ ପ୍ରକାଶ କରିଛନ୍ତି ।

Intro:Body:

D

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.