ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହୋଇଥିବା ହିଂସା ଓ ପୋଡାଜଳା ପରେ ଏହାର ଗୁମର ଧିରେଧିରେ ଖୋଲିବାରେ ଲାଗିଛି । ସିଏଏ ନାଁରେ ଦେଶରେ ହିଂସା ସୃଷ୍ଟି କରିବା ପାଇଁ ପ୍ରୟାସ ହୋଇଥିବା ଜଣା ପଡିଛି । ହିଂସା ପଛରେ PFI, ଇସଲାମିକ ୟୁଥ ଫେଡେରେସନ ଓ କାଶ୍ମୀରର ପଥର ଫିଙ୍ଗାଳିଙ୍କ ସାହାଯ୍ୟ ନିଆଯାଇଥିବା ସୂତ୍ରରୁ ସୂଚନା ମିଳିଛି । କନ୍ୟାକୁମାରୀ ଓ କେରଳରୁ PFI ସଙ୍ଗଠନର ଲୋକଙ୍କୁ ଦେଶର ଭିନ୍ନଭିନ୍ନ ସ୍ଥାନକୁ ପଠାଯାଇଥିଲା । ଏହି ହିଂସାରେ ମହାରାଷ୍ଟ୍ରର ୟୁଥ ଫେଡେରେସନ ମଧ୍ୟ ସାମିଲ ଥିଲେ । ଏହି ଗ୍ରୁପର ଲୋକଙ୍କ ଲୋକେସନ ଦିଲ୍ଲୀ ଓ ୟୁପିର ହିଂସା ହୋଇଥିବା ସ୍ଥାନରୁ ମିଳିଛି । ଦେଶରେ ହିଂସା ସୃଷ୍ଟି କରିବା ଷଡଯନ୍ତ୍ରରେ ପାକିସ୍ତାନର ଆଇଏସଆଇ ଫଣ୍ଡିଂ କରୁଥିବା ମଧ୍ୟ ସୂତ୍ରରୁ ଜଣାପଡିଛି । ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କୁ ମଧ୍ୟ ହିଂସା ବଢାଇବା ଅଭିଯୋଗରେ ଗିରଫ କରାଯାଇଛି ।
ହିଂସା ପ୍ରଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ଆସିଥିଲେ ପଥର ଫିଙ୍ଗାଳି:
ୟୁପି ହିଂସାରେ ପଶ୍ଚିମବଙ୍ଗ ଓ କାଶ୍ମୀର କନେକ୍ସନ ଥିବା କଥା ମଧ୍ୟ ସାମ୍ନାକୁ ଆସୁଛି । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ, ଇସଲାମିକ ୟୁଥ ଫେଡେରେସନ, କାଶ୍ମୀରର ପଥର ଫିଙ୍ଗାଳି ଉତ୍ତର ପ୍ରଦେଶର ସ୍ଥିତି ବିଗାଡିଥବା ଜଣା ପଡିଛି ।
ହିଂସାର ପାକିସ୍ତାନ କନେକ୍ସନ:
ପ୍ରଦର୍ଶନ ନାଁରେ ପାକିସ୍ତାନ କନେକ୍ସନ ରହିବା ସୂଚନା ମିଳିୁଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ହିଂସା ପାଇଁ ଉକସାଇ ଥିବା ଜଣାପଡିଛି । ହିଂସା ପାଇଁ ଆଇଏସଆଇ ଫଣ୍ଡିଂ ମଧ୍ୟ କରିଥିବା ଖୁଲାସା ହେବାରେ ଲାଗିଛି । ଲୋକଙ୍କୁ ଉକସାଇବା ପାଇଁ ଫେକ ଭିଡିଓ ଭାଇଲରାଲ କରାଯାଇଥିଲା । ବର୍ତ୍ତମାନ ଏହି ହିଂସାକୁ ନେଇ 7513 ଟ୍ବିଟର ପୋଷ୍ଟ, 9076 ଫେସବୁକ ପୋଷ୍ଟ, 172 ୟୁଟ୍ୟୁବ ଭିଡିଓ ଉପରେ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।