ETV Bharat / bharat

ଭୂତମାନଙ୍କ ଦ୍ବାରା ପରିଚାଳିତ କି ପଶ୍ଚିମବଙ୍ଗ ସରକାର ?: ଦିଲୀପ ଘୋଷ

author img

By

Published : Apr 30, 2020, 8:30 PM IST

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୁରୁବାର ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ପରିହାସ କରି ସରକାର ଭୂତ ଦ୍ବାର ପରିଚାଳିତ କି ? ବୋଲି ପ୍ରଶ୍ନ କରିଥିଲେ । ରାଜ୍ୟରେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ କୋରୋନାରେ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ସଠିକ ରିପୋର୍ଟ ପାଇଁ ଏକ ଅଡିଟ କମିଟିକୁ ଦାୟିତ୍ବ ଦିଆଯାଇଛି । ଏଥିରେ ସିଏମ ମମତା ବାନାର୍ଜୀଙ୍କ ସାମିଲ ନହେବା ଘୋଷଣା ପରେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀପ ଘୋଷ । ଅଧିକ ପଢନ୍ତୁ...

Dilip Ghosh
Dilip Ghosh

କୋଲକାତା: ସାରା ଦେଶରୋ କୋରୋନା ସଙ୍କଟ ଜାରି ରହିଛି । ଏହାଭିତରେ କିନ୍ତୁ କୋରୋନା ମୁକାବିଲା ଠାରୁ ଆରମ୍ଭ କରି କୋରୋନା ରିପୋର୍ଟ ମମତା ସରକାର ଅନେକ କ୍ଷେତ୍ରରେ ବିରୋଧୀଙ୍କ ଟାର୍ଗେଟରେ ମମତା ସରକାର । ଏହରିସ୍ଥଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୁରୁବାର ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ପରିହାସ କରି ସରକାର ଭୂତ ଦ୍ବାର ପରିଚାଳିତ କି ? ବୋଲି ପ୍ରଶ୍ନ କରିଥିଲେ ।

ରାଜ୍ୟରେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ କୋରୋନାରେ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ସଠିକ ରିପୋର୍ଟ ପାଇଁ ଏକ ଅଡିଟ କମିଟିକୁ ଦାୟିତ୍ବ ଦିଆଯାଇଛି । ଏଥିରେ ସିଏମ ମମତା ବାନାର୍ଜୀଙ୍କ ସାମିଲ ନହେବା ଘୋଷଣା ପରେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀପ ଘୋଷ ।

ରାଜ୍ୟ ବିଜେପି ମୁଖ୍ୟ କହିଛନ୍ତି ଯେ, ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଯେ କମିଟି ଗଠନରେ ମୁଖ୍ୟମନ୍ତ୍ରୀ ଜଡିତ ନୁହଁନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ପ୍ୟାନେଲରେ କିଏ ଅଛନ୍ତି ତାହା ମଧ୍ୟ ସେ ଜାଣନ୍ତି ନାହିଁ। ତେବେ ସରକାର କିଏ ଚଳାଉଛନ୍ତି? ଏହା ନିଶ୍ଚିତ ଭାବରେ ଜଣେ ଭୂତ ଚଳାଉଛନ୍ତି ବୋଲି ସେ କଟାକ୍ଷ କରି କହିଛନ୍ତି ।

ସେ କହିଛନ୍ତି, ଏହି କମିଟିରେ ଅଧିକାରୀ ଏବଂ କିଛି ବିଶେଷଜ୍ଞ ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ବ୍ୟକ୍ତି ଅଟନ୍ତି । ଏବଂ ବର୍ତ୍ତମାନ ସେ କମିଟି ଗଠନ ବିଷୟରେ ଅଜ୍ଞ । ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ବୁଧବାର ସିଏମ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଥିଲେ ଯେ ସେ ପ୍ୟାନେଲ ଗଠନରେ ଜଡିତ ନାହାଁନ୍ତି କିମ୍ବା ଏହାର ସଦସ୍ୟମାନଙ୍କ ବିଷୟରେ ତାଙ୍କ ପାଖେ କୌଣସି ସୂଚନା ନାହିଁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.