ETV Bharat / bharat

ଇରଫାନଙ୍କ ପାଇଁ ଗର୍ବିତ ଭାରତ, 14 ବର୍ଷରେ ପାଇଲେ 'ସୌର୍ଯ୍ୟ ଚକ୍ର' - ସୌର୍ଯ୍ୟ ଚକ୍ର

୨୦୧୭ରେ ଯେତେବେଳେ ଇର୍‌ଫାନ 14 ବର୍ଷର ଥିଲେ ତାଙ୍କ ଘରେ 3 ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏକେ-୪୭ ଓ ଗ୍ରେନେଡ ସହ ଇର୍‌ଫାନଙ୍କ ଘରେ ପହଞ୍ଚିଥିଲେ ଏହି ଆତଙ୍କବାଦୀମାନେ । ଏତେ ବଡ ଆତଙ୍କୀ ହାମଲାରେ ସେ ଭୟବିତ ହୋଇନଥିଲେ । ଧୌର୍ଯ୍ୟ ଏବଂ ସାହାସିକତାର ସହ ଆତଙ୍କବାଦୀଙ୍କ ସାମ୍ନା କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର
author img

By

Published : Mar 19, 2019, 11:31 PM IST

ନୂଆଦିଲ୍ଲୀ: ଦେଶ ସେବାରେ ଅଦମ୍ୟ ସାହାସ ପ୍ରଦର୍ଶନ କରିଥିବା କେତେଜଣ ଯବାନ ଏବଂ ସହୀଦଙ୍କ ପତ୍ନୀଙ୍କୁ ମଙ୍ଗଳବାର ସୌର୍ଯ୍ୟ ଚକ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଏହି ଯବାନଙ୍କ ସହ ଜଣେ 17 ବର୍ଷୀୟ ବାଳକଙ୍କୁ ମଧ୍ୟ ତାଙ୍କ ସାହାସିକତା ପାଇଁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ସେ ଜମ୍ମୁ-କାଶ୍ମୀରର ଇରଫାନ୍‌ ରମଜାନ ଶେଖ୍‌ ।

୨୦୧୭ରେ ଯେତେବେଳେ ଇର୍‌ଫାନ 14 ବର୍ଷର ଥିଲେ ତାଙ୍କ ଘରେ 3 ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏକେ-୪୭ ଓ ଗ୍ରେନେଡ ସହ ଇର୍‌ଫାନଙ୍କ ଘରେ ପହଞ୍ଚିଥିଲେ ଏହି ଆତଙ୍କବାଦୀମାନେ । ଇରଫାନ୍‌ କବାଟ ଖୋଲିବା ମାତ୍ରେ ସେ ତାଙ୍କ ବାପାଙ୍କୁ ହଠାତ୍‌ ଆକ୍ରମଣ କରିଥିଲେ । ତେବେ ନିଜ ଘର ଉପରେ ହୋଇଥିବା ଏତେ ବଡ ଆତଙ୍କୀ ହାମଲାରେ ସେ ଭୟବିତ ହୋଇନଥିଲେ । ଧୌର୍ଯ୍ୟ ଏବଂ ସାହାସିକତାର ସହ ଆତଙ୍କବାଦୀଙ୍କ ସାମ୍ନା କରିଥିଲେ ।

ନିଜ ବାପା ଏବଂ ପରିବାରର ଜୀବନ ରକ୍ଷା ପାଇଁ ଇରଫାନ୍‌ ତୁରନ୍ତ ଆତଙ୍କବାଦୀଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଫଳରେ ସେଠାରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା । ଏଥିରେ ଭୟଭୀତ ହୋଇ ଅନ୍ୟ 2 ଜଣ ଆତଙ୍କବାଦୀ ସେମାନଙ୍କ ସହଯୋଗୀର ମୃତଦେହ ଛାଡି ସେଠାରୁ ପଳାଇଥିଲେ । ତାଙ୍କର ଏହି ସାହାସିକତା ପାଇଁ ଆଜି ତାଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି ।

Intro:Body:

ମୁମ୍ବାଇ: ବଲିଉଡ ଦୁନିଆରେ ଅନେକ ଯୋଡି ଦେଖିବାକୁ ମିଳୁଥିବାବେଳେ ସୁପରଷ୍ଟାର  ସଲମାନ ଖାନଙ୍କ ସହ ଆଲିୟା ଭଟ୍ଟଙ୍କୁ ଏକାଠି ଦେଖିବାକୁ ଦର୍ଶକ ପ୍ରାୟ ଇଚ୍ଛା ପ୍ରକାଶ କରିଥାନ୍ତି। ସଲମାନ ବୟସରେ ଆଲିୟାଙ୍କଠାରୁ ଖୁବ ବଡ ହୋଇଥିଲେ ମଧ୍ୟ ପରଦାରେ ଉଭୟଙ୍କ ଯୋଡି ଜମିବ ବୋଲି ସର୍ବଦା କୁହନ୍ତି ଦର୍ଶକ । ହେଲେ ଏବେ ଦର୍ଶକଙ୍କ ଏହି ସ୍ବପ୍ନ ସତ ହେବାକୁ ଯାଉଛି, ସେ ବି ପ୍ରଖ୍ୟାତ ଫିଲ୍ମନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ 'ଇନଶାଆଲ୍ଲା'ରେ ।

ଆଜି ଆଲିୟା ଓ ସଲମାନଙ୍କ ଫ୍ୟାନଙ୍କ ପାଇଁ ଅଛି ଗୋଟିଏ ବଡ ଖୁସିଖବର । ଦୀର୍ଘ 20ବର୍ଷ ପରେ ସଲମାନ ଓ ସଞ୍ଜୟ ଲୀଲା ଭଂସାଲୀ ଏକାଠି ହେବାକୁ ଯାଉଥିବାବେଳେ ଉଭୟଙ୍କ ସହ ଡବଲ ତଡକା ଲଗାଇବାକୁ ଆସୁଛନ୍ତି ଆଲିୟା । କିଛି ସମୟ ପୂର୍ବରୁ ନିଜେ ସଲମାନ ପ୍ରଥମେ ଏହି ଖବର ସୋସିଆଲ ମିଡିଆରେ ଘୋଷଣା କରି ଲେଖିଛନ୍ତି, 'ମୁଁ ବହୁତ ଖୁସି ଯେ ଦୀର୍ଘ 20ବର୍ଷପରେ ସଞ୍ଜୟଙ୍କ ସହ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ନଜର ଆସିବି । ଇନଶାଆଲ୍ଲା । ଆଲିୟାଙ୍କ ସହ କାମ କରିବାକୁ ଅପେକ୍ଷା ।'

ସଲମାନ ଏହି ଘୋଷଣା କରିବା ପରେପରେ ଆଲିୟା ମଧ୍ୟ ଟ୍ୱିଟ କରି ଶୀର୍ଷରେ ଲେଖିଛନ୍ତି, 'ଆଖି ଖୋଲା କରି ସ୍ବପ୍ନ ଦେଖିବାକୁ ସେ କହିଥିଲେ ଏବଂ ମୁଁ କରିଛି । ସଞ୍ଜୟ ସାର ଓ ସଲମାନ ଖାନ ଏକାଠି କୌଣସି ଯାଦୁଠାରୁ କମ ନୁହେଁ । ଇନଶାଆଲ୍ଲା ମୁଁ ଉଭୟଙ୍କ ସହ କାମ କରିବାକୁ ବହୁତ ଉତ୍ସାହିତ ।'

 ପ୍ରକାଶ ଥାଉକି, ଆଲିୟା ଖୁବଶିଘ୍ର ଫିଲ୍ମ 'କଲଙ୍କ'ରେ ନଜର ଆସିବାକୁ ଯାଉଛନ୍ତି । ଏହାଛଡା ସେ ପ୍ରେମିକ ରଣବୀର କପୁର ଓ ଅମିତାଭ ବଚ୍ଚନଙ୍କ ସହ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ଏ ତ ଥିଲା ବଲିଉଡ କଥା । ଆଲିୟା ଏସଏସ ରାଜାମୌଲୀଙ୍କ ଫିଲ୍ମ 'RRR'ରେ ମଧ୍ୟ ଜୁନିୟର ଏନଟିଆର ଓ ରାମ ଚରଣଙ୍କ ସହ ତେଲୁଗୁ ଡେବ୍ୟୁ କରିବାକୁ ପ୍ରସ୍ତୁତ । ଅନ୍ୟପକ୍ଷରେ ସଲମାନ ମଧ୍ୟ ଏବେ ଫିଲ୍ମ 'ଭାରତ'ର ସୁଟିଂରେ ବ୍ୟସ୍ତ , ଯାହାକି ଇଦ ଅବସରରେ ରିଲିଜ ହେବ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.