ETV Bharat / bharat

ଦେଶର 28ଟି ସ୍ଥାନରେ ଖାଦ୍ୟ ଯୋଗାଉଛି ଆଇଆରସିଟିସି

author img

By

Published : Apr 13, 2020, 7:33 AM IST

ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) କୋରୋନା ଲକ ଡାଉନରେ ଦେଶର 28ଟି ସହରରେ ରୋଷେଇ ୟୁନିଟ୍ ଖୋଲିଛି । ଗରିବ ଏବଂ ଅସହାୟ ଲୋକଙ୍କୁ ଏହି ରୋଷେଇ ୟୁନିଟ୍ ମାଧ୍ୟମରେ ଖାଦ୍ୟ ଯୋଗାଇବ ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

IRCTC Opens Up Kitchen Units at 28 Centres Across Country to Feed the Needy
ଦେଶର 28ଟି ସ୍ଥାନରେ ଖାଦ୍ୟ ଯୋଗାଉଛି ଆଇଆରସିଟିସି

ନୂଆଦିଲ୍ଲୀ: ଲକ ଡାଉନର ଏ ଘଡିରେ ଦେଶର 28ଟି ସହରରେ ରୋଷେଇ ୟୁନିଟ ଖୋଲିଛି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି)। ଗରିବ ଏବଂ ଅସହାୟ ଲୋକଙ୍କୁ ଏହି ରୋଷେଇ ୟୁନିଟ୍ ମାଧ୍ୟମରେ ଖାଦ୍ୟ ଯୋଗାଇବ ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି ।

ଆଇଆରସିଟିସି ପକ୍ଷରୁ ଏକ ନିର୍ଦ୍ଦେଶାନାମାରେ କୁହାଯାଇଛି, ‘ସ୍ଥାନୀୟ ପ୍ରଶାସନ, ଏନଜିଓ ଏବଂ ଆରପିଏଫ୍ ସହାୟତାରେ ଏପର୍ଯ୍ୟନ୍ତ 6 ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ (ଦିନକୁ 60,000 ଆଧାରରେ) ବଣ୍ଟନ କରାଯାଇଛି । ଯଦି ଏହା ଠାରୁ ଅଧିକ ଆବଶ୍ୟକତା ପଡେ ତେବେ ପାଖରେ ମଧ୍ୟ ଅଧିକ ବଣ୍ଟନକାରୀ ସଂସ୍ଥା ରହିଛି । ଆଇଆରସିଟିସି ଅତିରିକ୍ତ ଭୋଜନ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରସ୍ତୁତ ଓ ଉପଲବ୍ଧ ଅଛି ।’ ଏହି ବାବଦରେ ଦୈନିକ 12 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କଥା ଆଇଆରସିଟିସି ଏଥିରେ ପ୍ରକାଶ କରିଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପିଏମ କେୟାର୍ସ ଫଣ୍ଡକୁ 20 କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ ଆଇଆରସିଟିସି ଘୋଷଣା କରିଛି ।

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 918ଟି ନୂଆ କୋରୋନା ପଜିଟିଭ ମାମଲା ଓ 31ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ରବିବାର ସୁଦ୍ଧା ଭାରତରେ ମୋଟ କୋରୋନା ପଜିଟିଭ ସଂଖ୍ୟା 8,447କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ 764ଜଣ ଆରୋଗ୍ୟ ବା ଡିସଚାର୍ଜ ହୋଇଥିବା ବେଳେ ଜଣେ ସ୍ଥାନାନ୍ତରିତ ଓ 273 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.