ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଆସନ୍ତା ‘କରୱା ଚୌଥ’ରେ ଦମ୍ପତିମାନଙ୍କ ପାଇଁ ଏକ ସାନଦାର ଅଫର ଆଣିଛି । ‘କରୱା ଚୌଥ’ ଦିନ ଆଇଆରସିଟିସି ପକ୍ଷରୁ ‘ମ୍ୟାଜେଷ୍ଟିକ ରାଜସ୍ଥାନ ଡିଲକ୍ସ ଟ୍ରେନ’ ଚାଲିବ । ଏହି ଟ୍ରେନ 14 ଅକ୍ଟୋବରରୁ ଦିଲ୍ଲୀର ସଫଦରଜଙ୍ଗ ଷ୍ଟେସନରୁ ସକାଳ 7ଟାରେ ଯାତ୍ରା ଆରମ୍ଭ କରିବ । ସେହିପରି ଅକ୍ଟୋବର 18ରେ ଆଗ୍ରା, ଜୟପୁର, ଯୋଧପୁର ଓ ଜୈସାଲମେର ଦେଇ ଦିଲ୍ଲୀ ଫେରିବ ।
କେବଳ ବିବାହିତ ଦମ୍ପତିମାନଙ୍କୁ ଏହି ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳିବ । ଏହି ଟ୍ରେନରେ ଯାତ୍ରା କରିବାକୁ ଥିବା ଦମ୍ପତିମାନଙ୍କୁ ପ୍ରଥମ ଶ୍ରେଣୀ ଏସି ପାଇଁ 1ଲକ୍ଷ 2ହଜାର 960 ଟଙ୍କା ଦେବାକୁ ପଡିବ । ସେହିପରି 2ୟ ଶ୍ରେଣୀ ଏସି ପାଇଁ 90ହଜାର 90 ଟଙ୍କା ଦେବାକୁ ପଡିବ ।
ଚଳିତ ବର୍ଷ 17 ଅକ୍ଟୋବରରେ ‘କରୱା ଚୌଥ’ ପାଳନ କରାଯିବ । ଏହି ଦିନ ‘ମ୍ୟାଜେଷ୍ଟିକ ରାଜସ୍ଥାନ ଡିଲକ୍ସ ଟ୍ରେନ’ରେ ଯାତ୍ରା କରୁଥିବା ଦମ୍ପତିମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଜୈଶଲମେରର ବାଲି ପାହାଡ ମଧ୍ୟରେ ‘କରୱା ଚୌଥ’ ପାଳନ କରିବାର ସୁଯୋଗ ମିଳିବ । ସେହିପରି ଭାରତୀୟ ରେଳବାଇ ପକ୍ଷରୁ ଏହି ଯାତ୍ରା ଅବସରରେ 3-4 ଷ୍ଟାର ହୋଟେଲରେ ଆତିଥ୍ୟ ସହିତ ସ୍ଥାନୀୟ ଅଞ୍ଚଳରେ ଭ୍ରମଣ ପାଇଁ ଡିଲକ୍ସ ବସର ବ୍ୟବସ୍ଥା କରାଯିବ ।
ସେହିପରି ଯାତ୍ରା ସମୟରେ ଦମ୍ପତିମାନଙ୍କୁ ତାଜମହଲ, ଜୈଶଲମେର ଦୁର୍ଗ, ପରୱାନ କି ହାୱେଲି, ଗଡିସାଗର ହ୍ରଦ, ମହାରଣା ଗଡ ଦୁର୍ଗ, ଯଶୱନ୍ତ ଥାଡା ଓ ଅମ୍ବର ଫୋର୍ଟ ସିଟି ପ୍ୟାଲେସ ଆଜି ସ୍ଥାନ ଗୁଡିକୁ ବୁଲିବାର ସୁଯୋଗ ମିଳିବ । ଆଇଆରସିଟିସି ପକ୍ଷରୁ ଉତ୍ତମ ଖାଦ୍ୟ ସହିତ ହୋଟେଲ ଓ ସ୍ଥାନୀୟ ଭ୍ରମଣ ସୁବିଧା ଉପଲବ୍ଧ କରାଯିବ ।