ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କୁ ମଙ୍ଗଳବାର ଜାମିନ ମିଳିଛି। ବେଆଇନ ଅର୍ଥ କାରବାର କରିବା ନେଇ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିଲା ।
ଏକ ଲକ୍ଷର ଟଙ୍କା ବଣ୍ଡ ବଳରେ ତାଙ୍କୁ ସୁପ୍ରିମକୋର୍ଟ୍ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀର ତିହାର ଜେଲରେ ରହିବେ। କାରଣ ସେ ଅକ୍ଟୋବର 24 ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ହେପାଜତରେ ଅଛନ୍ତି।