ଲକ୍ଷ୍ନୌ: ଆଲିଗଡରେ ଆରଏଏଫ (ରାପିଡ ଆକ୍ସନ ଫୋର୍ସ) ଓ ପୋଲିସଙ୍କ ଉପରେ ପଥରମାଡ ପରେ ସ୍ଥିତି ଜଟିଳ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଆରଏଏଫ, ପିଏସି ଓ ପୋଲିସ ଫୋର୍ସ କୋଟୱାଲି ଓ ଦିଲ୍ଲୀ ଗେଟ ସ୍ଥାନରେ ମୁତୟନ କରାଯାଇଛି । ଏହାସହ ପ୍ରଶାସନ ସୋମବାର ରାତି 12ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରଖିଛି ।
ଆଲିଗଡ ଜିଲ୍ଲା ପ୍ରଶାସନ ଗଣମାଧ୍ୟମକୁ ଏହି ସୂଚନା ଦେବା ସହ ସ୍ଥିତି ବର୍ତ୍ତମାନ ଆୟତରେ ଥିବା କହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ