ନୂଆଦିଲ୍ଲୀ: ଏଥରର ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଫିକା ପଡିଛି। ବିଶେଷ କରି ଏହି ସମୟରେ ମହାମାରୀର ସ୍ମୃତି ସଂରକ୍ଷଣ କରିବା ସହଜ ନୁହେଁ। ଏଣୁ କୋଭିଡ୍ -19 ଏବଂ ଲକ୍-ଡାଉନ୍ ର ଏକ ଭର୍ଚୁଆଲ୍ ମାର୍ଗ(ଡିଜିଟାଲ୍ ବିକଳ୍ପ) ବାଛିବା ପାଇଁ ସମସ୍ତ ସଂଗ୍ରହାଳୟକୁ ସାରା ବିଶ୍ୱ ବାଧ୍ୟ କରିଛି। କେତେକ ସଂଗ୍ରହାଳୟ ପକ୍ଷରୁ ବର୍ତ୍ତମାନ ମହାମାରୀର ସ୍ମାରକୀ ରୂପରେଖ ସଂଗ୍ରହ କରାଯାଉଛି। ଭାରତୀୟ ସଂଗ୍ରହାଳୟ ଗୁଡ଼ିକ ଏଠାରେ କୋରୋନା ଭାଇରସ୍ ର ପ୍ରଭାବକୁ କିପରି ଡିଜିଟାଲ୍ ଡକ୍ୟୁମେଣ୍ଟ୍ କରିବା ଉଚିତ୍ ? ତାହା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି।
![ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ମହାମାରୀର ସ୍ମାରକୀ ସଂରକ୍ଷଣ ଏତେ ସହଜ ନୁହେଁ !](https://etvbharatimages.akamaized.net/etvbharat/prod-images/download-3_1805newsroom_1589786843_792.jpg)
ସଂଗ୍ରହାଳୟ ସହିତ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ମହାମାରୀର ଉଭୟ ଆଖିଦୃଶିଆ ତଥା ଅପରିଚିତ ଦିଗ ଗୁଡିକ ମଧ୍ୟରୁ କୋରୋନା ଭାଇରସ୍ କେଉଁ ଭଳି ଭାଵେ ଭାରତ ଉପରେ ପ୍ରଭାବ ପକାଇଛି ତାହା ଦର୍ଶାଇବାକୁ ପଡିବ। ସମଗ୍ର ବିଶ୍ୱରେ ଥିବା ସଂଗ୍ରହାଳୟ ଗୁଡ଼ିକ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବରେ ଅତୀତର ସୁରକ୍ଷା ତଥା ଭବିଷ୍ୟତ ଆଡକୁ ଦୃଷ୍ଟି ଦେଇ ବର୍ତ୍ତମାନ ଉପରେ ଧ୍ୟାନ ଦେବାକୁ ବାଧ୍ୟ ହୋଇଛନ୍ତି ।
![ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ମହାମାରୀର ସ୍ମାରକୀ ସଂରକ୍ଷଣ ଏତେ ସହଜ ନୁହେଁ !](https://etvbharatimages.akamaized.net/etvbharat/prod-images/download-1_1805newsroom_1589786843_845.jpg)
ଖବର ଅନୁଯାୟୀ, ଲଣ୍ଡନର ସଂଗ୍ରହାଳୟ ଲୋକମାନଙ୍କୁ ବସ୍ତୁ ଦାନ କରିବାକୁ କହିଛି, ଯାହାକି କୋଭିଡ -19 ମହାମାରୀ ସମୟରେ ସେମାନଙ୍କ ଜୀବନକୁ ପ୍ରତିଫଳିତ କରୁଥିବ। ଫେସ୍ ମାସ୍କ ଠାରୁ ଚପଲ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟାରୀ ପ୍ରମାଣ ବିଭିନ୍ନ ରୂପରେ ଆସିଲାଣି। ଏବଂ 900 ରୁ ଅଧିକ କାମ କୋଭିଡ ଆର୍ଟ ସଂଗ୍ରହାଳୟରେ ଦାଖଲ ହୋଇସାରିଛି - ବାର୍ସିଲୋନାରୁ ତିନିଟି ବିଜ୍ଞାପନ ସୃଜନକାରୀଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଏକ ଭର୍ଚୁଆଲ୍ ଗ୍ୟାଲେରୀ - ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଯଦି ଲଣ୍ଡନ ସଂଗ୍ରହାଳୟକୁ ଦେଖାଯାଏ, ତେଵେ ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସୁଛି। ଯେହେତୁ କୋଭିଡ୍-19 ଆମ ଜୀବନକୁ ଅଦୃଶ୍ୟ ଉପାୟରେ ପ୍ରଭାବିତ କରିଛି, ଆମେ ଲଣ୍ଡନବାସୀଙ୍କ ବସ୍ତୁ ଏବଂ ଅଭିଜ୍ଞତା ସଂଗ୍ରହ କରିବାକୁ ଚାହୁଁ ବୋଲି ସେଠାକାର ସଚେତନତ ନାଗରିକ ମତ ଦେଇଛନ୍ତି। ଲଣ୍ଡନ କିପରି ଏକ ବ୍ୟସ୍ତବହୁଳ ମହାନଗରରୁ ମରୁଭୂମିରେ ପରିଣତ ହୋଇଛି,ତାହାର ଫଟୋଚିତ୍ର ସଂଗ୍ରହ ହୋଇଛି।
ସେହିପରି ଯୁକ୍ତରାଷ୍ଟ୍ରରେ, ସ୍ମିଥସୋନିଆନ୍ ର ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଆମେରିକୀୟ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଏ) ଏବଂ ରୋଗୀଙ୍କ ଚିତ୍ର ସହିତ ବସ୍ତୁ ସଂଗ୍ରହ କରୁଛି । ଭାରତରେ ଏହିପରି ସାମଗ୍ରୀ ସଂଗ୍ରହ କରିବା ପାଇଁ ଏକ ପଦକ୍ଷେପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଦିଲ୍ଲୀର ଜାତୀୟ ସଂଗ୍ରହାଳୟର ପ୍ରତ୍ନତତ୍ତ୍ୱବିତ୍ ସଞ୍ଜୀବ କୁମାର ସିଂ କହିଛନ୍ତି ଯେ, ଏକ ସ୍ଥାନର ସଂସ୍କୃତି ଏବଂ ଅଭିଜ୍ଞତାକୁ ସୁରକ୍ଷା ଦେବାରେ ସଂଗ୍ରହାଳୟଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।
ମହାମାରୀର ଉଭୟ ଆଖିଦୃଶିଆ ତଥା ଅଜ୍ଞାତ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ। ଯେତେବେଳେ ଆମେ ଶେଷରେ କୋରୋନା ଭାଇରସ୍ ଭାରତ ଉପରେ କି ପ୍ରଭାବ ପକାଇଲା ରେକର୍ଡ କରିବାକୁ ବାହାରକୁ ଯିବା। ମାସ୍କ, ପିପିଏ କିଟ୍ ଠାରୁ ଥର୍ମୋମିଟର ଏବଂ ଫଟୋ ପର୍ଯ୍ୟନ୍ତ ଟିକିନିଖି ସ୍ମୃତି ଭବିଷ୍ୟତ ପିଢିକୁ ଏହି ସମୟର ବାସ୍ତବତା ବୁଝିବାରେ ସାହାଯ୍ୟ କରିବେ ବୋଲି ସେ କୁହନ୍ତି।
ଫଟୋଗ୍ରାଫର କଳା ଏବଂ ବିଜ୍ଞାନ ପ୍ରଦର୍ଶନ ପାଇଁ ବ୍ୟାଡମିଣ୍ଟନ କୋର୍ଟକୁ କ୍ୟାମେରା ସଂଗ୍ରହାଳୟରେ ପରିଣତ କରିଥିବା ଗୁରୁଗ୍ରାମ ଭିତ୍ତିକ ଆଦିତ୍ୟ ଆର୍ଯ୍ୟ, ବିଶ୍ଵାସ କରନ୍ତି ଯେ, ଫଟୋଗ୍ରାଫରମାନେ ସର୍ବୋତ୍ତମ ଭିଜୁଆଲ୍ ଇତିହାସ ନିଶ୍ଚିତ ଭାବେ ଭବିଷ୍ୟତ ପିଢି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ ସାହାର୍ଯ୍ୟ କରିବେ। ସେ ଲକ୍-ଡାଉନ୍ ଡାଏରୀ ନାମକ ଏକ ପଦକ୍ଷେପ ଆରମ୍ଭ କରିଛନ୍ତି। ଯେଉଁଠାରେ ଲୋକମାନେ ମହାମାରୀ ସମୟରେ ଅନୁଭୂତ ହେଉଥିବାରୁ ସେମାନଙ୍କ ଜୀବନର ଚିତ୍ର ଅପଲୋଡ୍ କରିପାରିବେ।