ଗାନ୍ଧୀନଗର: ଭାରତୀୟ ନୌସେନାର ସେବାମୁକ୍ତ ଯୁଦ୍ଧ ଜାହାଜ ଆଇଏନଏସ ବିରାଟ ନିଜର ଅନ୍ତିମ ଜଳଯାତ୍ରାରେ ଆସି ଗୁଜରାଟର ଅଂଲଗରେ ପହଞ୍ଚିଛି । ଏଠାରେ ବିରାଟକୁ ଭାଙ୍ଗି ଦିଆଯାଇ ଲୁହା ସ୍କ୍ରାପରେ ପରିଣତ କରିଦିଆଯିବ ।
୩୦ ବର୍ଷ ଧରି ଭାରତୀୟ ସମୁଦ୍ର ତଟରେ ଶତୃଙ୍କ ଉପରେ ତିକ୍ଷ୍ଣ ନଜର ରଖିବା ସହ ନୋସେନାରେ ନିଜର ସେବା ପ୍ରଦାନ କରିଥିଲା ବିରାଟ । ସେବାରୁ ମୁକ୍ତ ହେବା ପରେ ଏବେ ଏହା ଭଙ୍ଗା ହେବା ପାଇଁ ପ୍ରସ୍ତୁତ । ଏନେଇ ଏହା ମୁମ୍ବାଇରୁ ଗୁଜୁରାଟର ଅଲଂଗ ଡକ୍ୟାର୍ଡରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ