ETV Bharat / bharat

ମାଳଦ୍ବୀପରେ ପହଞ୍ଚିଲା INS ମଗର, ଫେରିବେ ଫସିଥିବା ଭାରତୀୟ - indians

ମାଳଦ୍ବୀପରେ ପହଞ୍ଚିଲା ଆଇଏନଏସ ମଗର । ଫେରିବେ ଫସିଥିବା ଭାରତୀୟ । ଅଧିକ ପଢନ୍ତୁ...

INS Magar arrived at Male Port  evacuate stranded Indians  from Maldives
ଫାଇଲ ଫଟୋ
author img

By

Published : May 10, 2020, 5:52 PM IST

ମାଳଦ୍ବୀପ: ସାରା ଦେଶରେ ଆତଙ୍କ ବଢାଉଛି ମହାମାରୀ କୋରୋନା । ଫଳରେ ଦେଶ ବାହାରେ ଫସି ରହିଥିବା ଭାରତୀୟ ସ୍ବଦେଶକୁ ଫେରିବାକୁ ପ୍ରୟାସ କରୁଛନ୍ତି । ତେବେ ମାଳଦ୍ବୀପରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ନୌସେନାର ଅପରେସନ୍ ସମୁଦ୍ର ସେତୁ ଦ୍ବାରା ସେମାନଙ୍କୁ ଅଣାଯିବ ।

ସେନେଇ ଦ୍ୱିତୀୟ ନୌବାହିନୀ ଜାହାଜ ଆଇଏନଏସ ମଗର ମାଲଦ୍ୱୀପର ମେଲ ପୋର୍ଟରେ ପହଞ୍ଚିଥିବା ନେଇ ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି । ଭାରତକୁ ସୁଗମ ତଥା ନିରାପଦ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଆଜି ସେମାନେ ପହଞ୍ଚିଛନ୍ତି ।

ରବିବାର ସକାଳୁ ଆଇଏନଏସ ଜଳାସ୍ବ ପ୍ରାୟ 698 ଭାରତୀୟଙ୍କୁ ନେଇ କୋଚି ବନ୍ଦରରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ କିଛି ଜଣ ଗର୍ଭବତୀ ଥିବା ମଧ୍ୟ ଜଣାପଡିଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.