ETV Bharat / bharat

କୋରୋନା ଅପଡେଟ୍: ଗୋଟିଏ ଦିନରେ ଦେଶରେ 93,337 ନୂଆ ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶର 93 ହଜାର 337 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,247 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ 53 ଲକ୍ଷ 08 ହଜାର 015ରେ ପହଞ୍ଚିଛି ।

ଗୋଟିଏ ଦିନରେ ଦେଶରେ 93337 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Sep 19, 2020, 10:25 AM IST

ନୂଆଦିଲ୍ଲୀ:ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଏହାରି ମଧ୍ୟରେ ଦେଶରେ 53 ଲକ୍ଷ ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ 24 ଘଣ୍ଟାରେ ଦେଶର 93 ହଜାର 337 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,247 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ 53 ଲକ୍ଷ 08 ହଜାର 015ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 42 ଲକ୍ଷ 08 ହଜାର 432 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 10 ଲକ୍ଷ 13 ହଜାର 964 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ଏଯାବତ୍ ଦେଶରେ 85 ହଜାର 619 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.