ETV Bharat / bharat

ଭାରତକୁ ଜି-7ର ନିମନ୍ତ୍ରଣ: ବାସ୍ତବିକତା ଏବଂ ସୁଯୋଗ

author img

By

Published : Jun 26, 2020, 5:56 PM IST

ଭାରତକୁ ଏକ ସନ୍ତୁଳିତ ଆଭିମୁଖ୍ୟ ବଜାୟ ରଖିବାକୁ ହେବ । ନୂତନ ଗୋଷ୍ଠୀରେ ଯୋଗଦାନ କ୍ଷେତ୍ରରେ ଭାରତ ଆପତ୍ତି କରିବା ଉଚିତ ନୁହେଁ ସତ, କିନ୍ତୁ ଭାରତକୁ ଚୀନ ଓ ରୁଷ ବିରୋଧରେ ଠିଆ କରାଇବା ଉଚିତ ହେବ ନାହିଁ । ଅଧିକ ପଢନ୍ତୁ...

ଭାରତକୁ ଜି-7ର ନିମନ୍ତ୍ରଣ: ବାସ୍ତବିକତା ଏବଂ ସୁଯୋଗ
ଭାରତକୁ ଜି-7ର ନିମନ୍ତ୍ରଣ: ବାସ୍ତବିକତା ଏବଂ ସୁଯୋଗ

ଜି-7 ନାଁରେ ଜଣାଶୁଣା ‘ଗ୍ରୁପ୍‌ ଅଫ୍‌ ସେଭେନ୍‌’ ହେଉଛି, 1975ରେ ଗଠିତ ବିଶ୍ବର ସର୍ବବୃହତ୍‌ ଅର୍ଥବ୍ୟବସ୍ଥା ସଂପନ୍ନ ସାତଟି ରାଷ୍ଟ୍ରର ସମାହାର, ଯେଉଁଥିରେ କାନାଡା, ଫ୍ରାନ୍‌ସ, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ, ଜାପାନ ଓ ଜର୍ମାନୀ ଏବଂ ମିଳିତ ଗଣରାଜ୍ୟ ବା ୟୁକେ ଅନ୍ତର୍ଭୁକ୍ତ । ଏଥିରେ ରୁଷକୁ ସମ୍ମିଳିତ କରିବା ପରେ ଏହି ଗୋଷ୍ଠୀ ଜି-8 ରୂପରେ ସଂପ୍ରସାରିତ ହୋଇଥିଲା, କିନ୍ତୁ ୟୁକ୍ରେନ୍‌ର କ୍ରିମିଆ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପରେ ରୁଷକୁ ଏଥିରୁ ବହିଷ୍କାର କରାଯାଇଥିଲା । ଆଜି ଜି-7 ରାଷ୍ଟ୍ରଗୋଷ୍ଠୀ ସାରା ବିଶ୍ବର 11% ଜନସଂଖ୍ୟାର ପ୍ରତିନିଧିତ୍ବ କରେ, ଏଥିରେ ବିଶ୍ବର ମୋଟ ସଂପତ୍ତିର 58% (317 ଟ୍ରିଲିଅନ୍‌ ଡଲାର) ଏବଂ ବିଶ୍ବ ମୋଟ ଘରୋଇ ଉତ୍ପାଦ ବା ଜିଡିପିର 46% ସଂଶ୍ଲିଷ୍ଟ । ବିଶ୍ବସ୍ତରୀୟ ବାଣିଜ୍ୟ କ୍ଷେତ୍ରରେ ଜି-7 ରାଷ୍ଟ୍ର ସମୂହର ଗୁରୁତ୍ବପୂର୍ଣ୍ଣ ସହଭାଗିତା ରହିଛି । ସମଗ୍ର ବିଶ୍ବର ମୋଟ ରପ୍ତାନୀର ପ୍ରାୟ ଏକ ତୃତୀୟାଂଶ ଜି-7ର ଗୋଟିଏ ଦେଶରୁ ଆସିଥାଏ ଏବଂ ସବୁ ସାମଗ୍ରୀ ଓ ସେବା ଆମଦାନୀର 35% ଜି-7ରାଷ୍ଟ୍ରକୁ ହୋଇଥାଏ । ଆସନ୍ତା ଜୁନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜି-7 ଶିଖର ସମ୍ମିଳନୀକୁ ସେପ୍‌ଟେମ୍ବର ଯାଏଁ ଘୁଞ୍ଚାଇଦିଆଯାଇଛି ଏବଂ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ, ରୁଷ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆକୁ ନିମନ୍ତ୍ରଣ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ସ୍ଥିର କରିଛନ୍ତି । ଭାରତ ପାଇଁ ଏହି ନିମନ୍ତ୍ରଣର ଅର୍ଥ କ’ଣ ? ଭାରତ ଏବେ ଜି-20 ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ରହିଛି । ଏହା ଏକ ଅଧିକ କ୍ଷମତାସଂପନ୍ନ ଗୋଷ୍ଠୀ ଏବଂ ବିଶ୍ବ ଶାସନ ବ୍ୟବସ୍ଥା କ୍ଷେତ୍ରରେ ଏହାର ଉତ୍ତରଦାୟିତ୍ବ ରହିଛି । ଜି-7କୁ ଜି-20ରେ ସେତେବେଳେ ସଂପ୍ରସାରିତ କରାଯାଇଥିଲା, ଯେତେବେଳେ କ୍ରମାଗତ ଅର୍ଥନୈତିକ ମାନ୍ଦାବସ୍ଥା ପରେ ପାଶ୍ଚାତ୍ୟ ରାଷ୍ଟ୍ର ସମୂହ ବୁଝିପାରିଲେ ଯେ, ଚୀନ, ଭାରତ, ତୁର୍କୀ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଅନ୍ୟ କେତେକ ରାଷ୍ଟ୍ରକୁ ସାମିଲ କରା ନଗଲେ ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାର ପରିଚାଳନା ସମ୍ଭବ ନୁହେଁ । ନିକଟ ଅତୀତରେ, ଅନେକ ସମୟରେ ଜି-7 ତୁଳନାରେ ଜି-20ର ଗୁରୁତ୍ବ ଅଧିକ ଅନୁଭୂତ ହୋଇଛି । ଚୀନକୁ ଏକଘରିକିଆ କରିବା ଉଦ୍ଦେଶ୍ୟରେ, ବିଶ୍ବ ଆର୍ଥିକ ବ୍ୟବସ୍ଥା ପରିଚାଳନା କ୍ଷେତ୍ରରେ 90 ପ୍ରତିଶତ ଦାୟିତ୍ବ ବହନ କରୁଥିବା ଜି-20କୁ ଭାଙ୍ଗି ଏକ ନୂଆ ସଂଗଠନ ଗଢ଼ିବା ପାଇଁ ଆମେରିକା ଜୋର ଦେଉଛି । ଚୀନର ଭବିଷ୍ୟତ କାର୍ଯ୍ୟପନ୍ଥା ସହ କିଭଳି ମନୋଭାବ ପୋଷଣ କରିବାକୁ ହେବ, ସେ ସଂପର୍କରେ ନୂତନ ଭାବେ ନିମନ୍ତ୍ରିତ ଜି-7 ରାଷ୍ଟ୍ର ସମୂହ ସହିତ ଆଲୋଚନା କରିବା ହିଁ ପ୍ରସ୍ତାବିତ ଜି-7 ଶିଖର ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ହେବ । ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ଚୀନ ଉପରେ ଜାରି କରାଯାଇଥିବା ଏକ ଭିଜନ ଡକ୍ୟୁମେଣ୍ଟରେ ସିଧାସଳଖ ଅଭିଯୋଗ କରାଯାଇଛି ଯେ, ନିଜ ସ୍ବାର୍ଥ ପାଇଁ ନୀତିନିୟମ ଭିତ୍ତିରେ ଗଠିତ ବିଶ୍ବସ୍ତରୀୟ ବ୍ୟବସ୍ଥାକୁ ଚୀନ କାମରେ ଲଗାଉଛି ଏବଂ ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ସ୍ବାର୍ଥ ଓ ଆଦର୍ଶବାଦକୁ ସୁହାଇଲା ଭଳି ଢଙ୍ଗରେ ଅନ୍ତର୍ଜାତୀୟ ପଦ୍ଧତିର ପୁନର୍ବିନ୍ୟାସ କରିବାକୁ ଉଦ୍ୟମ କରୁଛି ।

ହ୍ବାଇଟ୍‌ ହାଉସ୍‌ ପକ୍ଷରୁ “ୟୁନାଇଟେଡ୍‌ ଷ୍ଟେଟ୍‌ସ ଷ୍ଟ୍ରାଟେଜିକ୍‌ ଆପ୍ରୋଚ୍‌ ଟୁ ଦି ପିପୁଲ୍‌ସ ରିପବ୍ଲିକ୍‌ ଅଫ୍‌ ଚାଇନା” ଶୀର୍ଷକ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ଏବଂ ଏଥିରେ ଘୋଷଣା କରାଯାଇଛି ଯେ, ‘ସିସିପି’ର ପ୍ରତ୍ୟକ୍ଷ ଆହ୍ବାନର ପ୍ରତ୍ୟୁତ୍ତର ଦେବାକୁ ଯାଇ “ଉପଯୁକ୍ତ ଭାବରେ ନିଜ ସ୍ବାର୍ଥ”ର ସୁରକ୍ଷା ନିମନ୍ତେ ବିଶ୍ବର ଦୁଇ ବୃହତ୍‌ ଶକ୍ତି ମଧ୍ୟରେ ଏକ “ରଣକୌଶଳ ଭିତ୍ତିକ ପ୍ରତିଦ୍ବନ୍ଦ୍ବିତା” ଲାଗି ରହିଥିବା କଥାକୁ ସ୍ବୀକାର କରିବାକୁ ହେବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଶୁଳ୍‌କ ଯୁଦ୍ଧ (ଟାରିଫ୍‌ ୱାର) ଘଟଣାରେ ପରିଲକ୍ଷିତ ହୋଇଛି ଯେ, ଅନ୍ତର୍ଜାତୀୟ ରାଜନୀତି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ମଧ୍ୟରେ ଏକ ‘ନୂତନ ଶୀତଳ ଯୁଦ୍ଧ’ର ଅବତାରଣା ଘଟିଛି ଏବଂ ଚୀନ ଉପରେ ଅଙ୍କୁଶ ଲଗାଇବା ପାଇଁ ଆମେରିକା ନିଜର ଏବଂ ନିଜ ସହଯୋଗୀ ରାଷ୍ଟ୍ରଗୁଡ଼ିକର ଆୟତ୍ତାଧୀନ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ କାମରେ ଲଗାଇବା ଲାଗି ଉଦ୍ୟମ କରିପାରେ ଏବଂ ଏହି ଉଦ୍ୟମ ଭବିଷ୍ୟତରେ ମଧ୍ୟ ଅବ୍ୟାହତ ରହିପାରେ । ହେଲେ ଏହି ଗୋଷ୍ଠୀର ସଂପ୍ରସାରଣ ଦ୍ବାରା ବାସ୍ତବରେ ଯୁକ୍ତରାଷ୍ଟ୍ର ଆମେରିକା କ’ଣ କରିବାକୁ ଯୋଜନା କରିଛି ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ଏବଂ ନଜର ରଖିବାକୁ ପଡ଼ିବ ।

ଅନେକ ବିଶେଷଜ୍ଞଙ୍କ ମତ ଅନୁସାରେ, ବିକଶିତ ରାଷ୍ଟ୍ରମାନଙ୍କ ସହ ସମାନ ପାହ୍ୟାରେ ସ୍ଥାନିତ ହେବା ଏବଂ ବିଶେଷ ଅଧିକାର ଉପଭୋଗ କରୁଥିବା ସମ୍ଭ୍ରାନ୍ତ ରାଷ୍ଟ୍ର ସମୂହ ସହିତ ଗୋଟିଏ ଗୋଷ୍ଠୀରେ ରହିବାର ସୁଯୋଗ ଉପଲବ୍‌ଧ ହେବ ଭଳି ମନେ ହେଉଥିଲେ ହେଁ ଏହି ପ୍ରସ୍ତାବରେ ଭାରତ ଭଳି ଯିବା ଉଚିତ ହେବନାହିଁ । ଯାହାହେଲେ ବି ଏହି ଗୋଷ୍ଠୀରେ ଭାରତକୁ ସାମିଲ କରାଇବା ପ୍ରସ୍ତାବରେ ପାଶ୍ଚାତ୍ୟ ଦେଶମାନଙ୍କର ବଦାନ୍ୟତା ନୁହେଁ ବରଂ ସେମାନଙ୍କ ବାଧ୍ୟବାଧକତା ନିହିତ ଏବଂ ଏଥିରୁ ଭାରତ ଏକ ପରିଣାମ ନିର୍ଦ୍ଧାରକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଗଢ଼ି ଉଠିଥିବା ଏବଂ ଭାରତ ଓ ଆମେରିକାର ସଂପର୍କ ଆହୁରି ନିବିଡ଼ ହେଉଥିବା କଥାର ପ୍ରମାଣ ମିଳେ ।

ଭାରତକୁ ଏକ ସନ୍ତୁଳିତ ଆଭିମୁଖ୍ୟ ବଜାୟ ରଖିବାକୁ ହେବ । ନୂତନ ଗୋଷ୍ଠୀରେ ଯୋଗଦାନ କ୍ଷେତ୍ରରେ ଭାରତ ଆପତ୍ତି କରିବା ଉଚିତ ନୁହେଁ ସତ, କିନ୍ତୁ ଭାରତକୁ ଚୀନ ଓ ରୁଷ ବିରୋଧରେ ଠିଆ କରାଇବା ଉଚିତ ହେବ ନାହିଁ । ଜି-7 ରାଷ୍ଟ୍ର ସମୂହ ସହିତ, ବିଶେଷତଃ ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆ ଭଳି ନୂତନ ଭାବେ ଏହି ଗୋଷ୍ଠୀରେ ମିଳିତ ହେବାକୁ ଯାଉଥିବା ଦେଶ ସହିତ ଭାରତର ଦୃଢ଼ ଅର୍ଥନୈତିକ ସମ୍ବନ୍ଧ ରହିଛି । କୋଭିଡ୍‌-19 ବିଶ୍ବ ମହାମାରୀର ପ୍ରାଦୁର୍ଭାବ ପରବର୍ତ୍ତୀ ସମୟରେ ଅର୍ଥନୈତିକ ଅଭିବୃଦ୍ଧିର ପୁନରୁଦ୍ଧାର ପାଇଁ ଏବଂ ଚୀନ ଉପରେ ନିର୍ଭରଶୀଳତା କମ କରିବା ପାଇଁ ଏହି ସବୁ ଦେଶ ସହିତଘନିଷ୍ଠ ସଂପର୍କ ରଖିବା ଦିଗରେ ଭାରତ ପାଇଁ ଏହା ଏକ ଉପଯୋଗୀ ମଞ୍ଚ ହେବ । ଅଧିକନ୍ତୁ, ଏବେ ପରିସ୍ଥିତି ଉପରେ ନଜର ରଖି ଅପେକ୍ଷା କରିବା ଭାରତ ପାଇଁ ହିତକର ହେବ । କାରଣ, କାର୍ଯ୍ୟକାଳ ଶେଷ ହେବା ପରେ ଟ୍ରମ୍ପ୍‌ ପୁଣି ଥରେ କ୍ଷମତାକୁ ଫେରିବେ କି ନାହିଁ ତାହା ନିଶ୍ଚିତ ନୁହେଁ । ହ୍ବାଇଟ୍‌ ହାଉସ୍‌କୁ ଜଣେ ନୂଆ ରାଷ୍ଟ୍ରପତି ଆସିଲେ, ସଂପର୍କର ସର୍ତ୍ତାବଳୀ ହୁଏତ ଭିନ୍ନ ହୋଇପାରେ । କିଛି ଦିନ ହେଲା ଜି-7 ଗୋଷ୍ଠୀର ଅର୍ଥନୀତିରେ ଅଧୋଗତି ଲକ୍ଷ୍ୟ କରାଯାଇଛି ଏବଂ ରଣକୌଶଳ ଦୃଷ୍ଟିରୁ ସେମାନଙ୍କ ପରିସର ଏକପ୍ରକାର ନଷ୍ଟ ହେବାରେ ଲାଗିଛି । ପୂର୍ବତନ ରାଷ୍ଟ୍ରଦୂତ ଅନିଲ ତ୍ରିଗୁଣାୟତଙ୍କ ମତାମତ ଅନୁସାରେ, “ଜି-7ର ସମସ୍ତ ସଦସ୍ୟଙ୍କ ସହିତ ଟ୍ରମ୍ପ୍‌ଙ୍କର ବିବାଦ ଲାଗି ରହିଛି ଏବଂ ଏହା ଫଳରେ ଆଟଲାଣ୍ଟିକ୍‌ ମହାସାଗର ଅଞ୍ଚଳରେ ରାଷ୍ଟ୍ରମାନଙ୍କର ସହଭାଗିତା ଉପରେ ଚାପ ସୃଷ୍ଟି ହୋଇଛି । ଏବେ ଚୀନ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନ ଲକ୍ଷ୍ୟସ୍ଥଳରେ ପରିଣତ ହେବା ପରେ, ଅତି କମ୍‌ରେ ନିର୍ବାଚନ ନହେବା ପର୍ଯ୍ୟନ୍ତ, ଜି-7 ସହିତ ଅନ୍ୟ 4 ଦେଶକୁ ଯୋଡ଼ି ରଖିବାକୁ ଟ୍ରମ୍ପ୍‌ ଚାହିଁବେ । ତେଣୁ, ଯୁକ୍ତରାଷ୍ଟ୍ର ଆମେରିକାର ଏସିଆ ନୀତିରେ, ବିଶେଷତଃ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ, ରଣକୌଶଳ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏବଂ ଅନିବାର୍ଯ୍ୟ କାର୍ଯ୍ୟକ୍ରମର ପୁନଃ ସଂଯୋଜନା ଲାଗି ଏବଂ ପରବର୍ତ୍ତୀ ଶିଖର ସମ୍ମିଳନୀର ଆୟୋଜକ ଭାବରେ ଅଷ୍ଟ୍ରେଲିଆ, ଭାରତ, ରୁଷ ଏବଂ ଦକ୍ଷିଣ କୋରିଆକୁ ନିମନ୍ତ୍ରଣ କରିବା ପାଇଁ ସେ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଟ୍ରମ୍ପଙ୍କ ଚିର ପରିବର୍ତ୍ତନଶୀଳ ପକ୍ଷଗ୍ରହଣ ନୀତି ଉପରେ ନିର୍ଭର କରି ଏଥିରେ ଅନ୍ୟ କେତେକ ଦେଶ ବି ସାମିଲ ହୋଇପାରନ୍ତି । ରୁଷ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ, ରଣକୌଶଳ କ୍ଷେତ୍ରରେ ଉଭୟ ଦେଶ ପ୍ରଭାବ ବିସ୍ତାର ଲାଗି ପ୍ରତିଦ୍ବନ୍ଦ୍ବିତା କରୁଥିବା ସମୟରେ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ନିବିଡ଼ ଭାବେ କାର୍ଯ୍ୟ କରିଆସୁଥିବାରୁ ଏହି ଗୋଷ୍ଠୀରେ ରୁଷର ଅନୁପସ୍ଥିତିକୁ ଟ୍ରମ୍ପ୍‌ ଅନୁଭବ କରିଛନ୍ତି । ତାଙ୍କ କହିବା ଅନୁସାରେ “ଏହା ଫଳରେ ଅନ୍ତର୍ଜାତୀୟ ସ୍ତରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ, ଗୁରୁତ୍ବ ଏବଂ ଗ୍ରହଣୀୟତାକୁ ଉଚ୍ଚତମ କ୍ଷେତ୍ରରେ ସ୍ବୀକୃତି ମିଳିବ ।”

ସେମାନେ ଔପଚାରିକ ଭାବେ ସଦସ୍ୟତା ହାସଲ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି ସତ, ହେଲେ ଏହା ଟ୍ରମ୍ପ୍‌ଙ୍କର ମାନସ ସନ୍ତାନ ଏବଂ ସମ୍ଭବତଃ ଜି-7ର ଅସମର୍ଥତାକୁ ସ୍ବୀକୃତି । ଜୁନ୍‌ରେ ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀକୁ ସ୍ଥଗିତ ରଖି ସେ ଏକ ଭିନ୍ନ ଦୃଶ୍ୟପଟ୍ଟ ପ୍ରସ୍ତୁତ କରିଥିଲେ ହେଁ ବାସ୍ତବରେ, ହୁଏତ କୋଭିଡ୍‌-19 ଯୋଗୁଁ ଅନ୍ୟ ଦେଶର ନେତାମାନେ ସତର୍କ ହୋଇଉଠିଛନ୍ତି । ଏହି ସତର୍କତା ସଠିକ ବୋଲି ମନେ ହେଉଛି, କାରଣ ନିକଟରେ ଅନୁଷ୍ଠିତ ଜି20 ବୈଠକରେ ସେମାନେ କେତେକ ପ୍ରମୁଖ ପ୍ରସଙ୍ଗ ସହିତ କୋଭିଡ୍‌ ମୁକାବିଲା ସଂପର୍କରେ ଆଲୋଚନା କରିଥିଲେ ସତ, କିନ୍ତୁ ଏହାର ବାସ୍ତବ ଓ ବ୍ୟାବହାରିକ ଫଳାଫଳକୁ ଏବେ ବି ଅପେକ୍ଷା କରାଯାଉଛି ।

‘ମେକ୍‌ ଇନ୍‌ ଇଣ୍ଡିଆ’ ପାଇଁ ଜି-7 ଏକ ସୁଯୋଗ

ତେବେ, ଭାରତର ଏହି ସମ୍ଭ୍ରାନ୍ତ ଗୋଷ୍ଠୀରେ ଯୋଗଦେବାକୁ ଚାହିଁବାର ଏକମାତ୍ର କାରଣ କେବଳ ଏକ ଅର୍ଥନୈତିକ ଶକ୍ତିସଂପନ୍ନ ରାଷ୍ଟ୍ରର ମାନ୍ୟତା ନୁହେଁ । ଅର୍ଥନୀତି ଦୃଷ୍ଟିକୋଣରୁ ବିଶ୍ବର ସର୍ବାଧିକ ଖ୍ୟାତିସଂପନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ସମୂହ ସହିତ ଗଠିତ ଏହି ବୃହତ୍‌ ରଣନୀତି ଭିତ୍ତିକ ମେଣ୍ଟକୁ, ବର୍ତ୍ତମାନ ଭଳି ଏକ ପ୍ରତିକୂଳ ପରିସ୍ଥିତିରେ, ଦେଶର ଅଭିବୃଦ୍ଧିକୁ ଅଗ୍ରସର କରାଇବା ପାଇଁ ଏକ ବିରାଟ ସୁଯୋଗ ହାସଲ ଦୃଷ୍ଟିକୋଣରୁ ଭାରତ ଏହାକୁ ଗ୍ରହଣ କରିବ । କୋଭିଡ୍‌-19 ବିଶ୍ବ ମହାମାରୀ କାରଣରୁ ଅନେକ କମ୍ପାନି ହୃଦୟଙ୍ଗମ କରିଛନ୍ତି ଯେ, ପ୍ରାକୃତିକ ଏବଂ ଭୂରାଜନୈତିକ ବ୍ୟାଘାତ ଯୋଗୁଁ ଉପୁଜିଥିବା ବିପଦ ଆଶଙ୍କାକୁ ଲାଘବ କରିବା ସକାଶେ ଚୀନରେ ସେମାନଙ୍କର ଯୋଗାଣ ଶୃଙ୍ଖଳକୁ ବିଚ୍ଛିନ୍ନ କରିବାର ଆବଶ୍ୟକତା ରହିଛି ।

ବିଶ୍ବ ମହାମାରୀର ପ୍ରକୋପ ଯୋଗୁଁ ଭାରତର ଅର୍ଥନୀତି ବି ଦୁର୍ଦ୍ଦିନ ମଧ୍ୟରେ ଗତି କରୁଛି ଏବଂ ଏଥିପାଇଁ ଭାରତକୁ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଏକ ଲୋଭନୀୟ ଏବଂ ନିରାପଦ ସ୍ଥାନ ରୂପେ ଗଢ଼ି ତୋଳିବା ଲାଗି ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଜି-7ର ସଦସ୍ୟତା ଲାଭ ଦ୍ବାରା ଆଗାମୀ ବର୍ଷମାନଙ୍କରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବାର ଏକ ଲକ୍ଷ୍ୟସ୍ଥଳ ଭାବରେ ଭାରତ ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିପାରିବ ।

ରଣକୌଶଳ ଦୃଷ୍ଟିରୁ ଭାରତର ସ୍ବାର୍ଥ ପରିସରଭୁକ୍ତ

ଯଦିଓ ଏହି ଗୋଷ୍ଠୀରେ ଯୋଗ ଦେବା ପାଇଁ ଆନୁଷ୍ଠାନିକ ଭାବେ ଭାରତକୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ କରାଯାଇନାହିଁ, ତଥାପି, ସେପ୍ଟେମ୍ବରରେ ଆୟୋଜନ ଲାଗି ସ୍ଥିର କରାଯାଇଥିବା ଆଗାମୀ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନିମନ୍ତ୍ରଣକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବୀକାର କରିଛନ୍ତି । ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ସୀମା ଭିତରକୁ ଚୀନର ଅତିକ୍ରମଣ ଏବଂ ଆକ୍ରମଣାତ୍ମକ ଭଙ୍ଗୀ ଯୋଗୁଁ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବା ବେଳେ ଭାରତର ସ୍ବାର୍ଥ ଦୃଷ୍ଟିରୁ ଏବଂ ଚୀନ୍‌ ଓ ଭାରତ ମଧ୍ୟରେ ସାମରିକ ଶକ୍ତି ବିଭାଜନରେ ବିପରୀତ ସନ୍ତୁଳନ ସମ୍ଭାବନାକୁ ଏଡ଼ାଇ ଯିବା ଲାଗି, ବୈଦେଶିକ ନୀତିରେ ଏଭଳି ଏକ ଦୃଷ୍ଟିକୋଣ ଆପଣେଇ ନେବା ଆବଶ୍ୟକ ଯାହା କି ପୃଥକୀକରଣ ଭିତ୍ତିରେ ନୁହେଁ, ବରଂ ବହୁପାକ୍ଷିକତା ଭିତ୍ତିରେ ଗଢ଼ା ହୋଇଥିବ ।

ବିଶ୍ବ ମହାମାରୀ ପ୍ରାଦୁର୍ଭାବର ବ୍ୟାପ୍ତି ସଂପର୍କିତ ଏହାର ମୂଳ ବକ୍ତବ୍ୟରେ ଚୀନ ସ୍ପଷ୍ଟ ସୂଚନା ଦେଇ ନଥିଲା ବୋଲି ଅଭିଯୋଗ ହୋଇଆସୁଥିବା ବେଳେ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉପର ଚୀନର ପ୍ରଭାବ ଅଧିକ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିକଟରେ କହିଥିବା ଯୋଗୁଁ ଭାରତର ଏହି ପଡ଼ୋଶୀ ରାଷ୍ଟ୍ରର ଭୂରାଜନୈତିକ ପତିଆରା ହ୍ରାସ ପାଉଥିବା ଭଳି ମନେହୁଏ । ଜି-7ରେ ଅଧିକ ଚାରିଟି ରାଷ୍ଟ୍ରକୁ ସାମିଲ କରିବା ପାଇଁ ନିମନ୍ତ୍ରଣ ଦିଆଯାଇଥିବା ସଂପର୍କିତ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ବକ୍ତବ୍ୟର ପ୍ରତ୍ୟୁତ୍ତରରେ ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ୍‌ଙ୍କ ସଦ୍ୟତମ ମନ୍ତବ୍ୟରେ ବେଜିଂ ଏହାକୁ ସ୍ବୀକାର କରିନେଇଥିବା ଭଳି ମନେହୁଏ । ବାସ୍ତବ ନିୟନ୍ତ୍ରଣ ରେଖାରେ ସଂଘର୍ଷଜନିତ ଉତ୍ତେଜନା ପ୍ରଶମିତ କରିବା ବିଷୟକୁ ଭାରତ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଚାହେଁ ବୋଲି କହିଆସିଛି । ତଥାପି, ସଂପ୍ରତି ଏହି ଗୋଷ୍ଠୀରେ ଭାରତର ଯୋଗଦାନକୁ ନିଶ୍ଚିତ କରାଗଲେ ରଣକୌଶଳ ଦୃଷ୍ଟିକୋଣରୁ ଏହା ଭାରତର ସ୍ବାର୍ଥ ପରିସରଭୁକ୍ତ ହୋଇ ରହିବା ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.