ନୂଆଦିଲ୍ଲୀ: ଦେଶରେ ଅଣାୟତ କୋରୋନା ସ୍ଥିତି । ମାରାତ୍ମକ ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନାନା ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଦିନକୁ ଦିନ କୋରୋନା ମାମଲାରେ ବ୍ରେକ ଲାଗିବା ପରିବର୍ତ୍ତେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏହି କ୍ରମରେ 24 ଘଣ୍ଟାରେ ଦେଶରୁ 86,821 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,181 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 63 ଲକ୍ଷ 12 ହଜାର 585ରେ ପହଞ୍ଚିଛି ।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 52 ଲକ୍ଷ 73 ହଜାର 202 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 9 ଲକ୍ଷ 40 ହଜାର 705 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ଏବେସୁଦ୍ଧା ଦେଶରେ ମାରାତ୍ମକ ଭାଇରସ କାରଣରୁ 98,678 ଆକ୍ରାନ୍ତ ପ୍ରାଣ ହରାଇଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।