ETV Bharat / bharat

କୋରୋନା ମୃତ୍ୟୁରେ ନବମ ସ୍ଥାନରେ ଭାରତ, ସମୀକ୍ଷା ବୈଠକ ଡକାଇଲେ ମୋଦି

author img

By

Published : Jun 14, 2020, 9:35 AM IST

ଭାରତରେ ଦ୍ରୁତ ଗତିରେ ବଢୁଛି କୋରୋନା କାୟା । ଶନିବାର ଦେଶରେ ଭାଇରସରେ ମୃତ୍ୟୁସଂଖ୍ୟା 9 ହଜାର ଅତିକ୍ରମ କରିଛି। ଏହାସହ ବିଶ୍ବର ସଂକ୍ରମିତ ଦେଶ ତାଲିକାର ମୃତ୍ୟୁହାର ଅନୁସାରେ ନବମ ସ୍ଥାନରେ ରହିଛି ଭାରତ।

କୋରୋନା ମୃତ୍ୟୁରେ ନବମ ସ୍ଥାନରେ ଭାରତ, ସମୀକ୍ଷା ବୈଠକ ଡକାଇଲେ ମୋଦି
କୋରୋନା ମୃତ୍ୟୁରେ ନବମ ସ୍ଥାନରେ ଭାରତ, ସମୀକ୍ଷା ବୈଠକ ଡକାଇଲେ ମୋଦି

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବଢୁଛି କୋରୋନା କାୟା । ଶନିବାର ଦେଶରେ ଭାଇରସରେ ମୃତ୍ୟୁସଂଖ୍ୟା 9 ହଜାର ଅତିକ୍ରମ କରିଛି। ଏହାସହ ବିଶ୍ବର ସଂକ୍ରମିତ ଦେଶ ତାଲିକାର ମୃତ୍ୟୁହାର ଅନୁସାରେ ନବମ ସ୍ଥାନରେ ରହିଛି ଭାରତ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ବହୁ ସଂଖ୍ୟକ ମାମଲା ଚିହ୍ନଟ ହେଉଛି ସେହି ଅଞ୍ଚଳରେ ମହାମାରୀକୁ ରୋକିବା ପାଇଁ ରବିବାର ସମୀକ୍ଷା ବୈଠକ ଡାକିଛନ୍ତି। ଦିନକରେ ଦେଶରେ କୋଭିଡ୍ 19 ପଜିଟିଭ୍ ମାମଲା 12,000 ଛୁଇଁଛି। ଯାହା ଦିନିକିଆ ସଂକ୍ରମଣ ରେକର୍ଡକୁ 3.11 ଲକ୍ଷରେ ପହଞ୍ଚାଇଛି।

ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କୋଭିଡ୍ 19 ପରୀକ୍ଷା ବୃଦ୍ଧି କରିବା ସହିତ ଦିନକୁ ଦିନ ବୃଦ୍ଧି ପାଉଥିବା ମାମଲାକୁ ବିଶେଷ ଗୁରୁତର ଭାବେ ନେବାକୁ କହିଛନ୍ତି। ଭାରତର ବଡ଼ ବଡ ସହରରେ ଏହାର ସଠିକ ପରିଚାଳନା କରିବା ପାଇଁ ଆବଶ୍ୟକ ଶଯ୍ୟା ଏବଂ ସେବା ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ଡାକ୍ତରଖାନା ଏବଂ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହାସହ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ପରାମର୍ଶ କରି ପ୍ରଧାନମନ୍ତ୍ରୀ ମୋଦି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଶଯ୍ୟା ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀରେ ମାମଲା ସଂଖ୍ୟାରେ କ୍ରମାଗତ ବୃଦ୍ଧି ଏବଂ ଜୁଲାଇ ଶେଷ ସୁଦ୍ଧା 5.5 ଲକ୍ଷରେ ପହଞ୍ଚିବା ପାଇଁ ସରକାରଙ୍କ ପୂର୍ବାନୁମାନ ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଅନୀଲ ବାଇଜାଲ ଓ ଦିଲ୍ଲୀ ପ୍ରଧାନମନ୍ତ୍ରୀଙ୍କୁ ଜରୁରୀ ବୈଠକରେ ଉପସ୍ଥିତ ରହିବା ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପରାମର୍ଶ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.