ETV Bharat / bharat

ପାକ୍‌ ଗୁଳିକୁ ଖାତିର ନକରି ସ୍କୁଲ ପିଲାଙ୍କ ଜୀବନ ବଞ୍ଚାଇଲେ ଯବାନ - ଭାରତୀୟ ଯବାନଙ୍କ ମହାନତା

ନିଜ ଜୀବନକୁ ବାଜି ଲଗାଇ କୁନି କୁନି ସ୍କୁଲ ଛୁଆଙ୍କୁ ରକ୍ଷାକଲେ ଭାରତୀୟ ଯବାନ। ଭୁଲରେ ଫାଇରିଂ ରେଞ୍ଜକୁ ଚାଲି ଆସିଥିବା ସ୍କୁଲ ଛୁଆଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ଯବାନ ମାନେ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 15, 2019, 10:41 AM IST

ଶ୍ରୀନଗର: ପୁଣି ଯବାନଙ୍କ ମହାନତା ଆଗରେ ନଇଁଲା ମଥା । ନିଜ ଜୀବନକୁ ବାଜି ଲଗାଇ କୁନି କୁନି ସ୍କୁଲ ଛୁଆଙ୍କୁ ରକ୍ଷାକଲେ ଭାରତୀୟ ଯବାନ। ଭୁଲରେ ଫାଇରିଂ ରେଞ୍ଜକୁ ଚାଲି ଆସିଥିବା ସ୍କୁଲ ଛୁଆଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି ଯବାନ ମାନେ। ଯାହାର ଭିଡିଓ ଏକ ଗଣମାଧ୍ୟମ ସଂସ୍ଥା ଦ୍ବାରା ଜାରି କରାଯାଇଛି ।

ଭିଡିଓ ସୌଜନ୍ୟ: ଏଏନଆଇ

ସୂଚନା ମୁତାବକ, ଶନିବାର ପାକ୍‌ ସେନା ନିୟନ୍ତ୍ରଣ ରେଖା ଆରପାରିରୁ ଭାରତୀୟ ସୀମାରେ ହଠାତ୍‌ ଗୁଳିଚାଳନା ଆରମ୍ଭ କରିଥିଲେ । ସେହି ସମୟରେ ଫାଇରିଂ ରେଞ୍ଜକୁ ଚାଲି ଆସିଥିଲେ ଜମ୍ମୁ-କାଶ୍ମୀର ପୁଞ୍ଝ ଜିଲ୍ଲାର ବାଲାକୋଟ ଏବଂ ବେହରଟ ଗ୍ରାମର ସ୍କୁଲ ଛୁଆ । ତେବେ ପାକ୍‌ ସେନାର ଗୁଳିକୁ ଖାତିର ନକରି ଏହି ସ୍କୁଲ ଛୁଆଙ୍କୁ ରକ୍ଷା କରିଥିଲେ ଭାରତୀୟ ଯବାନ ।

ବାଲାକୋଟା ସ୍ଥିତ ସରକାରୀ ସ୍କୁଲରେ ପଢୁଥିବା ଏହି ଛୁଆଙ୍କୁ ଉଦ୍ଧାର କରିବା ପରେ ନିଜ ବାହନରେ ବସାଇ ସୁରକ୍ଷିତ ସ୍ଥାନକୁ ନେଇଯାଇ ଥିଲେ ଯବାନ ମାନେ । ତେବେ ଭାରତୀୟ ଯବାନଙ୍କ ଏହି ସାହାସିକତା ଛୁଆଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ସେମାନେ ଏହି ଯବାନଙ୍କୁ ଧନ୍ୟବାଦ ଦେବା ସହ ନିଜ ଖୁସି ବ୍ୟକ୍ତ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.