ETV Bharat / bharat

ସୁରକ୍ଷା ଲାଇନଚ୍ୟୁତ !

author img

By

Published : Mar 8, 2020, 3:05 PM IST

ଭାରତୀୟ ରେଳବାଇ ତନ୍ତ୍ର ଏହାର ନିଜସ୍ବ ସାଧନରୁ ବାର୍ଷିକ 7,000-8,000 କୋଟି ଟଙ୍କା ଆଦାୟ କରିପାରୁ ନାହିଁ, ସମୟର ଆବଶ୍ୟକତା ପୂରଣ କରିବାରେ ଏହା ସଫଳ ହେବା କଥା ସନ୍ଦେହ ଘେରରେ ରହିଛି । ପ୍ରତିବର୍ଷ 800 କୋଟି ଯାତ୍ରୀଙ୍କୁ ନେଇ 20,000 ରେଳ ଚଳାଚଳ କରୁଥିବାରୁ ଭାରତୀୟ ରେଳବାଇ ଦେଶର ଜୀବନରେଖା ହୋଇ ରହିଛି । ଅଧିକ ପଢନ୍ତୁ...

safety derailed for passengers
ଯାତ୍ରୀଙ୍କ ସୁରକ୍ଷା ନେଇ ରେଳବାଇର ବ୍ୟବସ୍ଥା

ଯାତ୍ରୀଙ୍କ ସୁରକ୍ଷାକୁ ଭାରତୀୟ ରେଳବାଇ କ’ଣ ପ୍ରାଧାନ୍ୟ ଦେଉଛି କି ? ନୂତନ ଲାଇନ ନିର୍ମାଣ, ଗଜ୍ ପରିବର୍ତ୍ତନ କିମ୍ବା ପରିଚାଳନାଗତ ଖର୍ଚ୍ଚ ନିୟନ୍ତ୍ରଣ କରିବାରେ କିଛି ଉନ୍ନତି ହୋଇଛି କି ? ଏ ସବୁ ପ୍ରଶ୍ନର ଉତ୍ତର ଦେଇ ସଂସଦୀୟ ସ୍ଥାୟୀ କମିଟି ସିଧାସଳଖ ନା ବୋଲି କହିଛନ୍ତି । ତିନିବର୍ଷ ତଳେ, ବଜେଟ୍‌ ଉପସ୍ଥାପନ କରି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି, ରାଷ୍ଟ୍ରୀୟ ରେଳ ସଂରକ୍ଷା କୋଷକୁ 2017-18 ଆର୍ଥିକ ବର୍ଷରୁ ପାଞ୍ଚବର୍ଷ ପାଇଁ ବାର୍ଷିକ 20,000 କୋଟି ଟଙ୍କାର ବ୍ୟୟ ବରାଦର ପ୍ରସ୍ତାବ ଦେଇଥିଲେ ।

ସେହି ବର୍ଷ ଏହି ପ୍ରସ୍ତାବ ବାବଦରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ 5,000 କୋଟି ଟଙ୍କାର ପାଣ୍ଠି ଗଠନ କରିଥିଲା । କିନ୍ତୁ, ଖୁବଶୀଘ୍ର ପରିସ୍ଥିତି ବଦଳିଗଲା । କମିଟି ଅଭିଯୋଗ କରିଥିଲେ ଯେ, ଏହି ବ୍ୟୟବରାଦରୁ ଏକ ଚତୁର୍ଥାଂଶ ହ୍ରାସ କରିଦିଆଯାଇଛି ଏବଂ ସେମାନେ କେବଳ ଏହାର ଅଧା ପରିମାଣର ଟଙ୍କା ଖର୍ଚ୍ଚ କରୁଛନ୍ତି । କମିଟି ଆହୁରି କହିଥିଲେ ଯେ, ଏହି ପାଣ୍ଠିର ମୂଳ ଉଦ୍ଦେଶ୍ୟ ନଷ୍ଟ ହୋଇଛି । ନୂଆ ଲାଇନ ନିର୍ମାଣରେ ମନ୍ଥର ଅବସ୍ଥା ସହିତ ରେଳବାଇ ସୁରକ୍ଷା ନିମନ୍ତେ ପାଣ୍ଠି ଅଭାବ ହିଁ ଉଦବେଗର ବିଷୟ । 2018-19 ବର୍ଷରେ ଏକ ହଜାର କିଲୋମିଟର ଲମ୍ବା ନୂତନ ଲାଇନ ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର 479 କିଲୋମିଟର ଲାଇନ କାମ ସଂପୂର୍ଣ୍ଣ ହୋଇଥିଲା । 2019-20 ପାଇଁ ଧାର୍ଯ୍ୟ ଲକ୍ଷ୍ୟକୁ ଅଧା କମ୍‌ କରିଦିଆ ଯାଇଥିଲେ ହେଁ ମାତ୍ର 278 କିଲୋମିଟର କାମ ଶେଷ ହୋଇଥିଲା ।

ଏଥିରୁ ଏହା ସ୍ପଷ୍ଟ ପ୍ରତିଫଳିତ ହେବାରେ ଲାଗିଛି ଯେ, ଯଦି ଉପଲବ୍ଧ ପାଣ୍ଠି ବିନିଯୋଗ ହୋଇପାରୁନାହିଁ, ତେବେ ସୁରକ୍ଷା ବାବଦରେ ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି । ରେଳବାଇର ନୈରାଶ୍ୟଜନକ ପ୍ରଦର୍ଶନର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସଂକେତ ହେଉଛି ପରିଚାଳନାଗତ ଅନୁପାତ (OR) । ରେଳବାଇ ବୋର୍ଡ ପ୍ରତି ଶହେ ଟଙ୍କାର ରାଜସ୍ବ ଲାଭ ପାଇଁ 97 ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ କରିବା ସହିତ ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ଏବଂ ରାଜସ୍ବ ବୃଦ୍ଧି ଉପାୟ ଖୋଜିବା ଲାଗି ସ୍ଥାୟୀ କମିଟି ବୋର୍ଡକୁ କହିଥିଲେ । ସ୍ଥାୟୀ କମିଟିଙ୍କ ରିପୋର୍ଟ, ଭାରତୀୟ ରେଳବାଇର ଦୋଷ ଦୁର୍ବଳତାକୁ ପ୍ରତ୍ୟକ୍ଷ ଭାବେ ସୂଚାଇ ଦେଉଛି ।

ତିନି ମାସ ତଳେ, ରେଳବାଇର ଆର୍ଥିକ ପରିଚାଳନାରେ ସାମଞ୍ଜସ୍ୟ ରହୁନାହିଁ ବୋଲି ସିଏଜି ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟ ଅନୁସାରେ, 2017-18ରେ ଭାରତୀୟ ରେଳବାଇର ଖର୍ଚ୍ଚ ଓ ରାଜସ୍ବ ଅନୁପାତ 10 ବର୍ଷରେ ସବୁଠାରୁ ନିମ୍ନ ସ୍ତରକୁ ଖସି ଆସିଛି । ବାସ୍ତବରେ, ଏହି ସବୁ ହିସାବପତ୍ର କରାଯିବା ସମୟରେ, ଯଦି ଏହି ସର୍ବସାଧାରଣ ସଂସ୍ଥା ଏନ୍‌ଟିପିସି ଏବଂ ଆଇଆରସିଓଏନ୍‌ ନିକଟରୁ ଅଗ୍ରୀମ ପ୍ରାପ୍ୟ ବାବଦରେ 7,300 କୋଟି ଟଙ୍କା ପାଇସାରିଛି, ତେବେ OR ବା ପରିଚାଳନାଗତ ଅନୁପାତ 102.66 ପ୍ରତିଶତ ହେବା କଥା । ଗୋଟିଏବର୍ଷ ତଳେ, ସୁଦୀପ ବନ୍ଦୋପାଧ୍ୟାୟ କମିଟି ରିପୋର୍ଟରୁ ଜଣାପଡ଼ିଥିଲା ଯେ, ହିସାବରେ ଏହିସବୁ ସମନ୍ବୟ ଯୋଗୁଁ ଅଚାନକ ଏକ ବରବାଦ ହେବା ଅବସ୍ଥାରୁ ରକ୍ଷା ପାଇଯାଇଥିବା ଭାରତୀୟ ରେଳବାଇ, ଗୁରୁତ୍ବପୂର୍ଣ୍ଣ ମରାମତି କାର୍ଯ୍ୟରେ ବିଳମ୍ବ କରୁଛି ।

ଏହା ଏକ ସାଂଘାତିକ କଥା ଯେ, ଯେଉଁ ଦେଶରେ 37,000 ରେଳବାଇ ପୋଲ 100 ବର୍ଷରୁ ପୁରୁଣା, ସେଠାରେ 60 ପ୍ରତିଶତ କର୍ମଚାରୀ ପଦବୀ ଖାଲି ପଡ଼ିଛି। 2016-17 ପର୍ଯ୍ୟନ୍ତ, ଆଭ୍ୟନ୍ତରୀଣ ସମ୍ବଳରୁ ମୋଟ ପୁଞ୍ଜିର 11 ପ୍ରତିଶତ ଯୋଗାଡ଼ କରିବାରେ ରେଳବାଇ ସକ୍ଷମ ହେଉଥିଲା । ପରବର୍ତ୍ତୀ ତିନିବର୍ଷରେ ଏହା 3.5 ପ୍ରତିଶତକୁ ଖସି ଆସିଲା । ଏ ବର୍ଷ ଏହାକୁ 4.6 ପ୍ରତିଶତକୁ ବୃଦ୍ଧି କରିବା ଲାଗି ଏଥରର କେନ୍ଦ୍ର ବଜେଟରେ ପ୍ରସ୍ତାବ ରହିଛି । ଯଦିଓ ଏହି ପ୍ରସ୍ତାବ ବାସ୍ତବରେ କିଭଳି ସମ୍ଭବ ହେବ ତାହା କେହି ଜାଣନ୍ତି ନାହିଁ, ରେଳ ଯାତ୍ରାରେ ବିପଦ ଆଶଙ୍କା କମ୍‌ କରିବା ସହ ଏହାକୁ ଅଧିକ ଆରାମଦାୟକ କରିବା ସଂପର୍କରେ ବି ସନ୍ଦେହ ଲାଗି ରହିଛି । ଭାରତୀୟ ରେଳବାଇର ଆଧୁନିକୀକରଣ ଦିଗରେ 8.22 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିବା ଲାଗି ପୂର୍ବରୁ ସାମ ପିଟ୍ରୋଦା କମିଟି ପ୍ରସ୍ତାବ ଦେଇଥିଲେ ।

ଯେଉଁ ସମୟରେ ଭାରତୀୟ ରେଳବାଇ ତନ୍ତ୍ର ଏହାର ନିଜସ୍ବ ସାଧନରୁ ବାର୍ଷିକ 7,000-8,000 କୋଟି ଟଙ୍କା ଆଦାୟ କରିପାରୁ ନାହିଁ, ସମୟର ଆବଶ୍ୟକତା ପୂରଣ କରିବାରେ ଏହା ସଫଳ ହେବା କଥା ସନ୍ଦେହ ଘେରରେ ରହିଛି । ପ୍ରତିବର୍ଷ 800 କୋଟି ଯାତ୍ରୀଙ୍କୁ ନେଇ 20,000 ରେଳ ଚଳାଚଳ କରୁଥିବାରୁ ଭାରତୀୟ ରେଳବାଇ ଦେଶର ଜୀବନରେଖା ହୋଇ ରହିଛି । ଯଦିଓ ଗୁଣାତ୍ମକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ବିଭିନ୍ନ ସର୍ଭେ ରିପୋର୍ଟରେ ବାରମ୍ବାର ଦର୍ଶାଯାଇଛି, ତଥାପି ବାସ୍ତବ କାର୍ଯ୍ୟକାରିତା ନିସ୍ତେଜ ଅବସ୍ଥାରେ ରହିଛି । ସାଢ଼େ ଛଅ ଦଶନ୍ଧିର ଅବସ୍ଥିତିରେ ରେଳବାଇର ଭିତ୍ତିଭୂମିରେ ମାତ୍ର 30 ପ୍ରତିଶତ ବୃଦ୍ଧି ହୋଇଛି ବୋଲି ସରକାରୀ ଭାବେ କୁହାଯାଇଛି ଏବଂ ଏହା ହିଁ ଏହାର ସଂପ୍ରସାରଣ ଦିଗରେ ଅବହେଳାର ଏକ ବୃହତ୍‌ ପ୍ରମାଣ ।

ନିମ୍ନ ଗୁଣମାନର ଖାଦ୍ୟ ଏବଂ ସ୍ବଚ୍ଛତା ସଂପର୍କରେ କେବଳ ଦକ୍ଷିଣ କେନ୍ଦ୍ରୀୟ ରେଳବାଇରେ ଯେଉଁ ସଂଖ୍ୟାରେ ଅଭିଯୋଗ ହୋଇଛି, ସେଥିରୁ ଅନ୍ୟସବୁ ରେଳବାଇ ଜୋନର ପ୍ରଦର୍ଶନ ସଂପର୍କରେ ମଧ୍ୟ ସୂଚନା ମିଳୁଛି । ଦୁର୍ବଳ ଗୁଣମାନ, ଅନୁଦାନର ଅପବ୍ୟବହାର ଏବଂ ଯାତ୍ରୀ ସୁରକ୍ଷା ପ୍ରତି ଅବହେଳା ପ୍ରଦର୍ଶନ ସହିତ ରେଳବାଇର ଏହି ଚରମ ଦୁଃସ୍ଥିତିର ମୂଳ କାରଣ ରାଜନୈତିକ ପଦ୍ଧତି । ଦେଶ ଗଠନରେ ରେଳବାଇର ଭୂମିକାକୁ ମୋଦି ସରକାର ସଠିକ୍‌ ଭାବେ ହୃଦୟଙ୍ଗମ କରିଛନ୍ତି ଏବଂ ଏଥିରେ ଗୁରୁତ୍ବପୂର୍ଣ୍ଣ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନର ପ୍ରଚଳିତ ସିଗ୍‌ନାଲ ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ଅପସାରଣ କରିବା ସହିତ ସବୁ ରେଳପଥର ବୈଦ୍ୟୁତିକୀକରଣ କାମ 2023 ମସିହା ସୁଦ୍ଧା ସଂପୂର୍ଣ୍ଣ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରିସାରିଛନ୍ତି ।

କିନ୍ତୁ କେବଳ ସେତିକିରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ଶେଷ ହୋଇଯିବା ଉଚିତ ନୁହେଁ । 5 ବର୍ଷ ତଳେ ୟୁରୋପିଆନ୍‌ ରେଲୱେ ନେଟ୍‌ୱାର୍କର ଏକ ତୁଳନାତ୍ମକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ଡେନ୍‌ମାର୍କରେ ରେଳବାଇ ପ୍ରଣାଳୀ ସର୍ବାଧିକ ସୁରକ୍ଷିତ ରହିଥିଲା । ଅନ୍ୟ ପକ୍ଷରେ, ସମୟାନୁବର୍ତ୍ତିତା ଏବଂ ଆଧୁନିକ ଜ୍ଞାନକୌଶଳ ସଂପନ୍ନ ରେଳବାଇ ନେଟ୍‌ୱାର୍କରେ ଜାପାନର ଖ୍ୟାତି ରହିଛି ।

ସେମାନଙ୍କ ସହ ତୁଳନା କଲେ, ଅନୁପଯୁକ୍ତ ସୁରକ୍ଷା ବ୍ୟବସ୍ଥା, ଆଧୁନିକ ଜ୍ଞାନକୌଶଳର ଅଭାବ ଏବଂ ଖରାପ ମାଲ ପରିବହନ ସେବା ଯୋଗୁଁ ଆମ ରେଳ ଚଳାଚଳ ବ୍ୟବସ୍ଥା ନିହାତି ଦୁର୍ବଳ ମନେହୁଏ । ଏଭଳି ଏକ ସ୍ଥିତିକୁ ସୁଧାରିବାର ଦାୟିତ୍ବ ସରକାରଙ୍କର । ସଠିକ୍‌ ମାତ୍ରାରେ ସଂସ୍କାରମୂଳକ କାର୍ଯ୍ୟକ୍ରମ ଏବଂ ସୁବିଧା ସୁଯୋଗ ସହିତ ଭାରତୀୟ ରେଳବାଇକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲେ ଏହା ଦେଶର ଅର୍ଥନୀତିର ଶକ୍ତି ବଢ଼ାଇବାରେ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.