ନୂଆଦିଲ୍ଲୀ: ସ୍ବତନ୍ତ୍ର ଟ୍ରେନ ପରେ ରେଳବିଭାଗ ସେବା ବିସ୍ତାର କରିବ । ରେଳ ବିଭାଗ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଭବିଷ୍ୟତରେ ଆରମ୍ଭ ହେବାକୁ ଥିବା ସମସ୍ତ ସେବା ପାଇଁ 15 ମେ ରୁ ୱେଟିଂ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ବୁକିଂ 22 ମେ ରୁ ଆରମ୍ଭ ହେବାକୁ ଥିବା ଯାତ୍ରା ପାଇଁ । ରେଳ ବିଭାଗ ଏବେ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଯୋଜନା କରୁଛି ।
ରେଳବିଭାଗ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ନିର୍ଦ୍ଧାରିତ କରି ଦେଇଛି । ରେଳବିଭାଗ ମୁତାବିକ ସ୍ଲିପରରେ 200, ଏସି ଚେୟାରକାର୍ ଓ ଥାର୍ଡ୍ ଏସିରେ 100 । ଏହାସହ ସେକେଣ୍ଡ ଏସିରେ 50 ଜଣ ଯାତ୍ରା କରିବେ । ରେଳ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ କେବଳ କନଫର୍ମ ଟିକେଟ ଯାତ୍ରୀଙ୍କୁ ହିଁ ଯାତ୍ରା ଅନୁମତି ଦିଆଯିବ ।
ଅନ୍ୟପକ୍ଷେ କୋରୋନା ଭାଇରଲ ଲକ୍ଷଣ ଥିବା ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଏହାସହ ସେହି ଯାତ୍ରୀଙ୍କ ଟିକେଟ୍ ଟଙ୍କା ସମ୍ପୁର୍ଣ୍ଣ ଫେରେଇ ଦିଆଯିବ । ଏହାସହ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ ।