ETV Bharat / bharat

କରାଚୀରେ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନର ଜରୁରୀକାଳୀନ ଅବତରଣ - ଗୋ ଏୟାର ବିମାନ

ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ନୂଆଦିଲ୍ଲୀ ଆସୁଥିବା ବେଳେ ବିମାନରେ ପ୍ରାଣ ହରାଇଥିଲେ । ଫଳରେ ସାଉଦିଆରବରୁ ଆସୁଥିବା ବିମାନଟିକୁ କରାଚୀରେ ଜରୁରୀ ଅବତରଣ କରିବାକୁ ପଡିଛି । ଅଧିକ ପଢନ୍ତୁ...

କରାଚୀରେ ଜରୁରୀ ଅବତରଣ କଲା ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନ

author img

By

Published : Nov 18, 2020, 8:53 AM IST

ନୂଆଦିଲ୍ଲୀ: ସାଉଦି ଆରବରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଗୋ ଏୟାରର ବିମାନ କରାଚୀରେ କଲା ଜରୁରୀକାଳୀନ ଅବତରଣ । ବିମାନରେ ଆସୁଥିବା ଜଣେ 30 ବର୍ଷିୟ ବ୍ୟକ୍ତିଙ୍କୁ ହୃଦଘାତ ହେବା ଯୋଗୁଁ ବିମାଟିକୁ ଜରୁରୀ ଅବତରଣ କରିବାକୁ ପଡିଛି ।

ଏୟାର ଲାଇନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ରିଆଦ୍ଦରୁ ନୂଆଦିଲ୍ଲୀ ଆସୁଥିବା G8- 6658A ବିମାନରେ ଥିବା ଯାତ୍ରୀଙ୍କୁ ହାର୍ଟଆଟାର୍କ ହୋଇଥିଲା । କିନ୍ତୁ ଏୟାରଲାଇନ ତରଫରୁ ସମସ୍ତ ଚିକିତ୍ସା ଦିଆଯାଇଥିଲା । ହେଲେ ପରିସ୍ଥିତି ବିଗିଡିବାରୁ ନିକଟରେ କରାଚୀ ବିମାନ ବନ୍ଦର ଥିବାରୁ ସେଠାରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ହେଲେ ଉତ୍ତରପ୍ରଦେଶର ନିବାସୀ ମହମ୍ମଦ ନୌସାଦ । ପରେ ସମସ୍ତ ଯାଞ୍ଚ ଶେଷ ହେବା ପରେ 179 ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା ବିମାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.