ETV Bharat / bharat

ୟୁକେରେ ଫସିଥିବା ଭାରତୀୟ ନାଗରିକଙ୍କ ପାଇଁ ରେଜିଷ୍ଟ୍ରସନ ଆରମ୍ଭ - ୟୁକେରେ କୋଭିଡ 19 ଖବର

ପୂର୍ବରୁ ଭାରତ ସରକାର ବିଭିନ୍ନ ଦେଶରେ ଫସିଥିବା ଛାତ୍ରଛାତ୍ରୀ ଓ ଲୋକଙ୍କୁ ଉଦ୍ଧାର କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଚୀନ, ଇଟାଲୀ, ଇରାନ ପ୍ରଭୃତି ଦେଶ ସାମିଲ । ଅଧିକ ପଢନ୍ତୁ...

ୟୁକେରେ ଫସିଥିବା ଭାରତୀୟ ନାଗରିକଙ୍କ ପାଇଁ ରେଜିଷ୍ଟ୍ରସନ ଆରମ୍ଭ

author img

By

Published : May 1, 2020, 12:24 AM IST

ଲଣ୍ଡନ: ୟୁକେରେ ଫସିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଗୁରୁବାରଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଥିବ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ସୂଚନା ଦେଇଛି । ଭାରତ ଫେରିବାର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି ।

ଏନେଇ ହାଇ କମିଶନଙ୍କ ପକ୍ଷରୁ ଏକ ଗୁଗଲ ସିଟ ଜାରି କରାଯାଇଛି । ୱେବସାଇଟରେ ଥିବା ଗୁଗଲ ସିଟରେ ନିଜ ନାମ, ଠିକଣା ସହ ରେଜିଷ୍ଟ୍ରେସନ କରିବାକୁ ହାଇ କମିଶନ କହିଛନ୍ତି । ତେବେ ପୂର୍ବରୁ ନାମ ସାମିଲ ଥିଲେ ଏହାକୁ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି । ଏହା କେବଳ ୟୁକେରେ ଥିବା ଭାରତୀୟଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଜମାପଡିଛି ।

ପୂର୍ବରୁ ଭାରତ ସରକାର ବିଭିନ୍ନ ଦେଶରେ ଫସିଥିବା ଛାତ୍ରଛାତ୍ରୀ ଓ ଲୋକଙ୍କୁ ଉଦ୍ଧାର କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଚୀନ, ଇଟାଲୀ, ଇରାନ ପ୍ରଭୃତି ଦେଶ ସାମିଲ । ତେବେ ୟୁକେରେ ଜାରି ଲକଡାଉନ କଟକଣା ଯୋଗୁଁ ଅନେକ ଛାତ୍ରଛାତ୍ରୀ ଅଟକି ରହିଥିବା ଜଣାପଡିଛି ।

ଏପ୍ରିଲ 7ରେ ଏନେଇ ସୁପ୍ରିମକୋର୍ଟ ଏକ ଆବେଦନ ଆଧାରରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ । ଏଥିରେ ୟୁକେରେ ଫସିଥିବା ଛାତ୍ରଙ୍କୁ ଉଦ୍ଧାର କରିବାକୁ ସରକାରଙ୍କ ପଦକ୍ଷେପ ବିଷୟରେ ଜବାବ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଦିଲ୍ଲୀର ଜଣେ ଓକିଲ ମଧୁରିମା ମୃଦୂଲ ଏହି ଆବେଦନ ଫାଇଲ କରି କହିଥିଲେ ଯେ ଭାରତ ସରକାର ଯେଉଁ ବିମାନରେ ବ୍ରିଟେନ ନାଗରିକଙ୍କୁ ଲଣ୍ଡନରେ ଛାଡୁଛନ୍ତି ସେଥିରେ ଭାରତୀୟ ଛାତ୍ରଙ୍କୁ ଫେରାଇ ଅଣାଯାଉ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.