ETV Bharat / bharat

ତେଜସ ଏକ୍ସପ୍ରେସ: 21 ଦିନରେ 70 ଲକ୍ଷ ଲାଭ - 21 ଦିନ ଟ୍ରାକରେ ଗଡି 70 ଲକ୍ଷ ଲାଭ

ଅକ୍ଟୋବର 5 ରୁ 28 ଭିତରେ ତେଜସ ଏକ୍ସପ୍ରେସ ଲାଭ କରିଛି 70 ଲକ୍ଷ । ଏହା ଭାରତର ପ୍ରଥମ କର୍ପୋରେଟ ଟ୍ରେନ ।

21 ଦିନ ଟ୍ରାକରେ ଗଡି 70 ଲକ୍ଷ ଲାଭ
author img

By

Published : Nov 11, 2019, 10:33 AM IST

ନୂଆଦିଲ୍ଲୀ: ମାତ୍ର 21 ଦିନ ଟ୍ରାକରେ ଗଡି 70 ଲକ୍ଷ ଟଙ୍କାର ଲାଭ କରିଛି ଭାରତର ପ୍ରଥମ ଘରୋଇ ଏକ୍ସପ୍ରେସ ତଥା ତେଜସ ଏକ୍ସପ୍ରେସ । ଚାଲିବାର ପ୍ରଥମ ମାସ ବା ଅକ୍ଟୋବର 5 ରୁ 28 ଭିତରେ କେବଳ ଟିକେଟ ବିକ୍ରିରୁ 3.70 କୋଟି ଟଙ୍କାର ଆୟ ହୋଇଛି ।

ଏହି ଟ୍ରେନ ଲକ୍ଷ୍ନୌ-ଦିଲ୍ଲୀ ମାର୍ଗରେ ଚାଲୁଥିବା ବେଳେ ଏହାର ପରିଚାଳନା ଦାୟିତ୍ବ ନେଇଛି IRCTC । ଅକ୍ଟୋବରରେ ପାଖାପାଖି 80 ରୁ 85 ପ୍ରତିଶତ ସିଟରେ ଟ୍ରେନଟି ଚାଲିଥିଲା । ଏହାସହ IRCTCକୁ ପାଖାପାଖି 3 କୋଟି ଟଙ୍କାର ଖର୍ଚ୍ଚ କରିବାକୁ ପଡିଥିଲା ।

କମ୍ପାନୀ ଦିନକୁ14 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ 17.50 ଲକ୍ଷ ଟଙ୍କାର ଆମଦାନୀ ହୋଇଛି । ତେଜସ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ । ଯେମିତି କି ଖାଦ୍ୟ, 25 ଲକ୍ଷ ପର୍ଯ୍ୟନ୍ତ ମାଗଣା ଯାତ୍ରୀ ବୀମା, ଏହାସହ ଯାତ୍ରା ସମୟରେ ଯଦି କାହାର ମୃତ୍ୟୁ ହୁଏ ତେବେ କ୍ଷତିପୂରଣ ଆଦିର ସୁବିଧା ରହିଛି । ତେବେ ଏଠାରେ ସୂଚନା ଥାଉ ଯେ ରେଳବାଇରେ ସୁଧାର ଆଣିବା ପାଇଁ 50 ଷ୍ଟେସନକୁ ବିଶ୍ବସ୍ତରୀୟ ଓ 150 ଟ୍ରେନର ରକ୍ଷଣାବେକ୍ଷଣ ପାଇଁ ଘରୋଇ କମ୍ପାନୀକୁ ଦେବା ପାଇଁ ଲକ୍ଷ ରଖିଛନ୍ତି ସରକାର ।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.