ETV Bharat / bharat

କାନାଡାରେ ଚୀନ ବିରୋଧୀ ପ୍ରଦର୍ଶନ

author img

By

Published : Jun 24, 2020, 4:42 PM IST

ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଏନେଇ ବୁଧବାର ଚୀନ ବିରୋଧରେ କାନାଡାରେ ପ୍ରଦର୍ଶନ କରିଛନ୍ତି ଭାରତୀୟ ନାଗରିକ ।

ପ୍ରଦର୍ଶନ
ପ୍ରଦର୍ଶନ

କାନାଡା: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ଦେଶ ଏବଂ ବିଦେଶରେ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଉଛି । ଚୀନ ବିରୋଧରେ ଆନ୍ଦୋଳନର ସ୍ବର ପୂର୍ବରୁ ଦେଶ ଭିତରେ ଶୁଣିବାକୁ ମିଳୁଥିବା ବେଳେ ଏବେ ଏହି ଆନ୍ଦୋଳନର ସ୍ବର ବିଦେଶରୁ ମଧ୍ୟ ଶୁଭୁଛି । ବୁଧବାର ଚୀନ ବିରୋଧରେ କାନାଡାରେ ପ୍ରଦର୍ଶନ କରିଛନ୍ତି ଭାରତୀୟ ନାଗରିକ ।

କାନାଡାର ବେଙ୍କୁଭର ସ୍ଥିତ ଚୀନ ଦୂତାବାସ କାର୍ଯ୍ୟାଳୟ ସମ୍ମୁଖରେ ଭାରତ ସମ୍ପ୍ରଦାୟର ଲୋକ ଏକଜୁଟ ହୋଇ ଚୀନ ବିରୋଧରେ ପ୍ରଦର୍ଶନ କରିଛନ୍ତି । ତେବେ ପ୍ରଦର୍ଶନକାରୀ 'ଭାରତୀୟ ଲୋକଙ୍କୁ ହତ୍ୟା କରିବା ବନ୍ଦ କର' ଭଳି ବିଭିନ୍ନ ପ୍ଲାକାର୍ଡ ଦେଖାଇଥିଲେ । କିଛି ପ୍ରଦର୍ଶନକାରୀଙ୍କ ହାତରେ ଭାରତର ଜାତୀୟ ପତାକା ମଧ୍ୟ ଦେଖିବାକୁ ମିଳିଥିଲା ।

ଏନେଇ ଜଣେ ପ୍ରଦର୍ଶନକାରୀ କହିଛନ୍ତି, ଆମେ ଚୀନ ବିରୋଧରେ ପ୍ରଦର୍ଶନ କରୁଛୁ । ଚୀନ ଲଗାତାର ନିଜ ପଡୋଶୀ ଦେଶ ସହ ଅତ୍ୟାଚାର କରିବାରେ ଲାଗିଛି ଏବଂ ଅନ୍ୟ ଦେଶର ସୀମାରେ ଅନୁପ୍ରବେଶ କରିବାର ପ୍ରୟାସ କରୁଛି । ବର୍ତ୍ତମାନ ଚୀନ ବିଶ୍ବର ସର୍ବବୃହତ୍ତ ଜମି ମାଫିଆ ପାଲଟିଥିବା ସେ କହିଛନ୍ତି ।

ଆଉ ଜଣେ ପ୍ରଦର୍ଶନକାରୀ କହିଛନ୍ତି, ଏତେ ବଡ ଭୁସ୍ଖଳନ ପରେ ମଧ୍ୟ ଚୀନ ଆକସାଇ ଚୀନ କ୍ଷେତ୍ରକୁ କବ୍ଜା କଲା । ଭାରତୀୟ ସୈନ୍ୟଙ୍କୁ ସେମାନେ ଧୋକା ଦେଇ ହତ୍ୟା କଲେ । କିନ୍ତୁ ଭାରତୀୟ ସୈନିକ ମଧ୍ୟ ଏହାର କଡା ଜବାବ ଦେଲେ । ଯାହାକୁ ଚୀନ ସ୍ବୀକାର କରୁନାହିଁ । ଅନ୍ୟ ଜଣେ ପ୍ରଦର୍ଶନକାରୀ ଚୀନକୁ ତୀବ୍ର ନିନ୍ଦା କରିବା ସହ ବିଶ୍ବବାସୀଙ୍କୁ ଚୀନ ସାମଗ୍ରୀ ବର୍ଜନ ପାଇଁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ସେପଟେ ଏହି ସଂଘର୍ଷରେ 43 ଜଣ ଚୀନ ସୈନ୍ୟ ମୃତାହତ ହୋଇଥିବା ଜଣାପଡିଥିଲା । ତେବେ ଘଟଣାପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ସୀମା ବିବାଦକୁ କମ କରିବା ପାଇଁ ଉଭୟ ଦେଶ ଉଚ୍ଚ ସ୍ତରୀୟ ଆଲୋଚନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.