ETV Bharat / bharat

ଆମେରିକା ଠୁ ଅତିରିକ୍ତ ସିଗ-୭୧୬ ରାଇଫଲ ଆଣିବ ଭାରତ

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତୀୟ ସେନା ହାତକୁ ଆସିବ ଆମେରିକାର ଘାତକ ସିଗ-୭୧୬ ରାଇଫଲ । ଭାରତୀୟ ସେନା ଆମେରିକାଠାରୁ 72,000ଟି ଅତିରିକ୍ତ ସିଗ-୭୧୬ ଆକ୍ରମଣକାରୀ ରାଇଫଲ ପାଇଁ ଅର୍ଡର ଦେବାକୁ ଯାଉଛି ।

author img

By

Published : Jul 12, 2020, 5:36 PM IST

ଆମେରିକାର ଘାତକ ସିଗ-୭୧୬ ରାଇଫଲ
ଆମେରିକାର ଘାତକ ସିଗ-୭୧୬ ରାଇଫଲ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତୀୟ ସେନା ହାତକୁ ଆସିବ ଆମେରିକାର ଘାତକ ସିଗ-୭୧୬ ରାଇଫଲ । ଏହା ଦ୍ୱାରା ଚୀନ ସୀମାରେ ମୁତୟନ ଯବାନଙ୍କ ଆକ୍ରମଣ ଦକ୍ଷତା ବୃଦ୍ଧି ପାଇବ । ସୀମାରେ ଚୀନର ଆକ୍ରୋଶ ବିରୋଧରେ ଲଢୁଥିବା ଭାରତୀୟ ସେନା ଆମେରିକାଠାରୁ 72,000ଟି ଅତିରିକ୍ତ ସିଗ-୭୧୬ ଆକ୍ରମଣକାରୀ ରାଇଫଲ ପାଇଁ ଅର୍ଡର ଦେବାକୁ ଯାଉଛି ।

ଆମେରିକାଠାରୁ 72,000ଟି ଆସଲ୍ଟ ସିଗ ସଓ୍ଵାର ରାଇଫଲ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଂଜୁରୀ ଦେଇଥିଲେ । ଭାରତୀୟ ସେନା ଗତ ବର୍ଷ ଡିସେମ୍ବରରେ ଏହି ରାଇଫଲର ପ୍ରଥମ ବ୍ୟାଚ୍ ପାଇଥିଲା । ଏହି ବ୍ୟାଚରେ 10,000 ଟି ରାଇଫଲ ହାସଲ କରିଥିଲା ସେନା। ଏହାକୁ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ତଥା ଜମ୍ମୁ-କାଶ୍ମୀରରେ ପ୍ରମୁଖ ଅପରେସନ୍ କରିବା ପାଇଁ ବ୍ୟବହାର କରାଯାଉଛି ।

ଭାରତୀୟ ସେନା ଏଭଳି ଏକ ରାଇଫଲ ହାସଲ କରିବାକୁ ଚାହୁଁଛି ଯାହା ଇନସାରେ ବ୍ୟବହୃତ 5.56x45 ମିମି କାର୍ଟ୍ରିଜଠାରୁ ବୃହତ ଏବଂ ଅଧିକ ଶକ୍ତିଶାଳୀ ଥିବ । ତେବେ ସିଗ-୭୧୬ରେ 7.62x51 ମିମି କାର୍ଟ୍ରିଜ୍ ବ୍ୟବହୃତ ହୁଏ ।

ଏହାପୂର୍ବରୁ ଭାରତ ଫାଷ୍ଟ ଟ୍ରାକ୍ ପ୍ରଣାଳୀରେ ଆମେରିକାର 72,000 ରାଇଫଲ କିଣିବା ପାଇଁ 700 କୋଟି ଟଙ୍କାର ଚୁକ୍ତି କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.