ETV Bharat / bharat

ରଜୌରୀ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଭାରତୀୟ ଯବାନ ଶହୀଦ - ଅସ୍ତ୍ରବିରତି ଉଲ୍ଲଂଘନ

ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟର କେତେକେ ସେକ୍ଟରେ ପାକିସ୍ତାନ ପଟୁ ଜୋରଦାର ଗୁଳି ଓ ମୋର୍ଟାର ମାଡ ଜାରି ରହିଛି । ବାରମ୍ବାର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ୍‌ ଜବାବ ଦେଉଛି ଭାରତୀୟ ସେନା ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 22, 2020, 12:52 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟର କେତେକେ ସେକ୍ଟରେ ପାକିସ୍ତାନ ପଟୁ ଜୋରଦାର ଗୁଳି ଓ ମୋର୍ଟାର ମାଡ ଜାରି ରହିଛି । ବାରମ୍ବାର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଉଚିତ୍‌ ଜବାବ ଦେଉଛି ଭାରତୀୟ ସେନା ।

ଜୁନ୍ 5 ପର ଠାରୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ ରେ 4ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ସୋମବାର ନାଏବ ସୁବେଦାର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ଶହୀଦ ହୋଇଛନ୍ତି ।

ସୋମବାର ପୂର୍ବରୁ ପୁଞ୍ଚ ଏବଂ ରଜୌରୀ ଜିଲ୍ଲାର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି ।

ସେନା ମୁଖପାତ୍ର କହିଛନ୍ତି ଯେ, ପାକିସ୍ତାନ କୃଷ୍ଣ ଘାଟି ସେକ୍ଟରରେ ଏଲଓସିରେ ପାକିସ୍ତାନ ମୋର୍ଟାର, ଗୁଳି ମାଡ କରିଥିଲା । ଭାରତୀୟ ସେନା ଏହାର କଡା ଜବାବ ଦେଉଛି । ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଭୋର 5.30ଟା ବେଳେ ରଜୌରୀର ନୌସେରା ସେକ୍ଟରରେ ମଧ୍ୟ ପାକିସ୍ତାନ ଦ୍ବାରା ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଜୁନ୍ 4 ରେ ରଜୌରୀ ଜିଲ୍ଲାର ସୁନ୍ଦରବାନୀ ସେକ୍ଟରରେ ପାକିସ୍ତାନୀ ଗୁଳି ବିନିମୟରେ ହାବିଲଦାର ପି ମାଥିଆଜଗାନ୍ ଶହୀଦ ହୋଇଥିଲେ । ରଜୌରୀ ଏବଂ ପୁଞ୍ଚ ଜିଲ୍ଲାର ତାରକୁଣ୍ଡି ସେକ୍ଟରରେ ଜୁନ୍ 10 ରେ ନାୟକ ଗୁରୁଚରଣ ସିଂ ମଧ୍ୟ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଶହୀଦ ହୋଇଥିଲେ ।

ସେହିପରି ଜୁନ୍ 14 ରେ ପୁଞ୍ଚ ଜିଲ୍ଲାରେ ପାକିସ୍ତାନୀ ଗୁଳିରେ 29 ବର୍ଷୀୟ ସେପୋଇ ଲୁଙ୍ଗାମ୍ବୁଇ ଅବୋନମେଇଙ୍କର ଶହୀଦ ହୋଇଥିଲେ । ପାକିସ୍ତାନର ସେନା ଚଳିତ ବର୍ଷ 1400 ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଗତ ବର୍ଷ 3,168 ଅସ୍ତ୍ରବିରତି ଉଲ୍ଲଂଘନ ଏବଂ 2018 ରେ 1,629 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.