ETV Bharat / bharat

ଗରିବ ଏବଂ ଅସହାୟ ଲୋକଙ୍କୁ ରିଲିଫ ସାମଗ୍ରୀ ବାଣ୍ଟିଲା ସେନା

author img

By

Published : Jun 13, 2020, 5:58 PM IST

ଭାରତୀୟ ସେନା ତଙ୍ଗଧାର, ମଚ୍ଛଲି ଓ ଗୁଲମାର୍ଗର ଉପର ମୁଣ୍ଡରେ ଏବଂ କାଶ୍ମୀରର ଅନ୍ୟାନ୍ୟ ଦୂରବର୍ତ୍ତୀ ଅଞ୍ଚଳରେ ଗରିବ ଏବଂ ଅସହାୟ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛି ।

indian-army-provided-relief-supplies-to-the-poor-and-needy
ଗରିବ ଏବଂ ଅସହାୟ ଲୋକଙ୍କୁ ସେନା ପ୍ରଦାନ କଲା ରିଲିଫ ସାମଗ୍ରୀ

ଶ୍ରୀନଗର: ଭାରତୀୟ ସେନା ଅସହାୟ ଏବଂ ଗରିବଙ୍କୁ ପ୍ରଦାନ କଲା ରିଲିଫ ସାମଗ୍ରୀ । ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ସାମାଜିକ ଦାୟିତ୍ବବୋଧତା ମଧ୍ୟରେ ଭାରତ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ।

ମହାମାରୀ କୋରୋନା ଯୋଗୁଁ ସାରା ଭାରତରେ ସଟଡାଉନ ଓ ଲକଡାଉନ ଘୋଷଣା କରାଯାଇଥିଲା । କୋରୋନା ପ୍ରଭାବରେ ସାଧାରଣତଃ ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ଭାରତୀୟ ସେନା ଜମ୍ମୁ କାଶ୍ମୀରର ସୀମାବର୍ତ୍ତୀ ତଥା ଏଲଓସି ନିକଟବର୍ତ୍ତୀ ଅଞ୍ଚଳର ତଙ୍ଗଧାର, ମଚ୍ଛଲି ଓ ଗୁଲମାର୍ଗ ଓ ଘାଟିର ଲୋକଙ୍କୁ ରିଲିଫ ପ୍ରଦାନ କରିଛନ୍ତି । ଗରିବ ଲୋକଙ୍କୁ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସାମଗ୍ରୀ ତଥା ଚାଉଳ, ଡାଲି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଛି ଭାରତୀୟ ସେନା ।

ସାରା ଭାରତରେ ଦିନକୁ ଦିନ କୋରୋନାର କାୟା ବିସ୍ତାର କରିବାରେ ଲାଗିଛି । ଜମ୍ମୁ ଓ କାଶ୍ମୀରରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୂଚନାଥାଉକି ଜମ୍ମୁ ଓ କାଶ୍ମୀରରେ 2591 ଜଣ କୋରୋନା ଆକ୍ରାନ୍ତ ରହିଥିଲା ବେଳେ 2086 ଜଣ ସୁସ୍ଥ ଲାଭ କରିଛନ୍ତି ଏବଂ 53 ଜଣ ମୃତ୍ୟୁବରଣ କରିଛନ୍ତି ।

ସୈଜନ୍ୟ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.