ETV Bharat / bharat

ଭାରତୀୟ ସେନାର ମାନବିକତା, ପିଓକେ ନାଗରିକଙ୍କୁ ପାକିସ୍ତାନକୁ ହସ୍ତାନ୍ତର - indian army

ଭୁଲବଶତଃ ସୀମାପାର କରି ଆସିଥିବା ଜଣେ ପିଓକେ ନାଗରିକଙ୍କୁ ପାକିସ୍ତାନୀ ସେନାକୁ ହସ୍ତାନ୍ତର କରିଛି ଭାରତୀୟ ସେନା। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Nov 22, 2019, 2:09 PM IST

ଶ୍ରୀନଗର: ଭାରତୀୟ ସେନା ପୁଣି ଦେଖାଇଛି ମାନବିକତା । ଭୁଲବଶତଃ ସୀମାପାର କରି ଆସିଥିବା ପିଓକେ ନାଗରିକଙ୍କୁ ପାକିସ୍ତାନ ସେନାକୁ ହସ୍ତାନ୍ତର କରିଛି ଭାରତ। ଏହାକୁ ଦେଖି ପାକିସ୍ତାନ ଅଧିକାରୀ ମଧ୍ୟ ଭାରତୀୟ ସେନାର ପ୍ରସଂଶା କରିବାକୁ ପଛାଇ ନଥିଲେ।

ପାକ୍‌ ଅଧିକୃତ କାଶ୍ମୀରର 32 ବର୍ଷିୟ ଶବ୍ବୀର ଅହମଦ ଭୁଲବଶତଃ ଏଲଓସି ପାର କରି ଜମ୍ମୁ-କାଶ୍ମୀରର ତଙ୍ଗାଧର ଅଞ୍ଚଳରେ ପ୍ରବେଶ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଭାରତୀୟ ଯବାନ ଶବ୍ବୀରକୁ କାବୁ କରିଥିଲେ । ଏହାପରେ ମାନବିକତା ଦେଖାଇ ପ୍ରଥମେ ଶବ୍ବୀରଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ ସେମାନେ। ଧରାପଡିଥିବା ପାକିସ୍ତାନୀ ଜଣେ ମାନସିକ ବିକୃତ ରୋଗୀ ବୋଲି ଡାକ୍ତରଙ୍କ ଠାରୁ ଜାଣିବାକୁ ପାଇଥିଲେ ଭାରତୀୟ ଯବାନ।

ଏହାପରେ ସେନା ଶବ୍ବୀର ଅହମଦଙ୍କୁ ସମ୍ମାନର ସହ ନିଜ ପାଖରେ ରଖିଥିଲେ ଏବଂ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରିଥିଲେ । ତାଙ୍କୁ ପିଓକେ ପଠାଇବାକୁ ସେଠାର ଅଧିକାରୀଙ୍କ ସହ ସମ୍ପର୍କ କରିଥିଲେ । ଏହାପରେ ଗୁରୁବାର ତଙ୍ଗାଧରର ଏସଡିଏଫ ଶବ୍ବୀରଙ୍କୁ ଟିଥବାଲ କ୍ରସିଂ ପଏଣ୍ଟରେ ପିଓକେ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା ଭାରତ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.