ETV Bharat / bharat

ଭାରତୀୟ ସେନାକୁ ମିଳିଲା 10 ହଜାର ଆମେରିକୀୟ ‘ସିଗ ସୌର ରାଇଫଲ’

ଭାରତୀୟ ସେନା 10 ହଜାର ସିଗ ସୌର ରାଇଫଲକୁ ଜମ୍ମୁ-କାଶ୍ମୀର ଉତ୍ତରାଞ୍ଚଳରେ ନିୟୋଜିତ କମାଣ୍ଡୋଙ୍କୁ ହସ୍ତାନ୍ତର କରିଛି । ଏହି ଅତ୍ୟାଧୁନିକ ରାଇଫଲକୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନ ସମୟରେ ବ୍ୟବହାର କରାଯିବ ।

author img

By

Published : Dec 11, 2019, 10:49 AM IST

assault-rifles
ଫାଇଲ ଫଟୋ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଆତଙ୍କବାଦୀ ଏବଂ ପାକିସ୍ତାନୀ ସେନା ବିରୋଧରେ ଲଢିବା ପାଇଁ ସେନାରେ ସାମିଲ ହେବ ଆମେରିକା ନିର୍ମିତ ସିଗ ସୌର ରାଇଫଲ । ଭାରତୀୟ ସେନା 10 ହଜାର ସିଗ ସୌର ରାଇଫଲକୁ ଜମ୍ମୁ-କାଶ୍ମୀର ଉତ୍ତରାଞ୍ଚଳରେ ନିୟୋଜିତ କମାଣ୍ଡୋଙ୍କୁ ହସ୍ତାନ୍ତର କରିଛି । ଏହି ଅତ୍ୟାଧୁନିକ ରାଇଫଲକୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନ ସମୟରେ ବ୍ୟବହାର କରାଯିବ । ଏହା ବ୍ୟତୀୟ ଏହି ରାଇଫଲର ବ୍ୟବହାର ସୀମା ପାର ପାକିସ୍ତାନୀ ସେନା ଦ୍ବାରା କରାଯାଉଥିବା ଅସ୍ତ୍ରବିରତି ଉଲ୍ଲଂଙ୍ଘନର ଜବାବ ଦେବା ସମୟରେ ମଧ୍ୟ କରାଯିବ ।

ଏହି ରାଇଫଲକୁ ସେନାରେ ସାମିଲ କରାଯିବା ଦ୍ବାରା ଭାରତୀୟ ସେନାର ମାରକ କ୍ଷମତା ବୃଦ୍ଧି ପାଇବ । କାରଣ ଏହି ରାଇଫଲ ଉଭୟ ପାଖ ଏବଂ ଦୂର ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ଭାରତୀୟ ସେନାରେ 72,000 ନୂଆ ସିଗ ସଉର ରାଇଫଲ ଉପଲବ୍ଧ କରିବା ପାଇଁ ଭାରତ-ଆମେରିକା ମଧ୍ୟରେ 700 କୋଟି ଟଙ୍କାର ଚୁକ୍ତି ସ୍ବାକ୍ଷର ହୋଇଥିଲା । ଏହି ରାଇଫଲର ନିର୍ମାଣ ଆମେରିକାର ରାଇଫଲ ନିର୍ମାତା ସିଗ ସଉର କରୁଛି । ତେବେ 72,000 ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 10,000 ରାଇଫଲ ଭାରତୀୟ ସେନାକୁ ହସ୍ତାନ୍ତର କରାଯାଇଛି । ବଳକା ରାଇଫଲ ମଧ୍ୟ 1 ବର୍ଷ ମଧ୍ୟରେ ଭାରତୀୟ ସେନାକୁ ଯୋଗାଇ ଦିଆଯିବ ।

ତେବେ 72,000 ରାଇଫଲ ମଧ୍ୟରୁ 66 ହଜାର ଭାରତୀୟ ସ୍ଥଳ ସେନା ପାଇଁ ଥିବା ବେଳେ 2 ହଜାର ଭାରତୀୟ ନୌସେନା ଏବଂ 4 ହଜାର ଭାରତୀୟ ବାୟୁସେନାକୁ ଯୋଗାଇ ଦିଆଯିବ । ସିଗ ସୌର SIG716 7.62x51 ମିମି ରାଇଫଲ ଭାରତରେ ନିର୍ମିତ 5.56x45 ମିମି ଇଂସାସ ରାଇଫଲର ସ୍ଥାନ ନେବ ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.