ଚଣ୍ଡିଗଡ: ପଟିଆଲାର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଏନସିସିସି କ୍ୟାଡେଟ ଆହତ ହୋଇଛନ୍ତି ।
ଆଜି ମଧ୍ୟାହ୍ନରେ ପିପଷ୍ଟ୍ରେଲ ଭାଇରସ ଏସ୍ଡବ୍ଲ୍ୟୁ 80 ଟ୍ରେନର ବିମାନ ପଟିଆଲା ଆଭିଏସନ କ୍ଲବ ଏୟାରପୋର୍ଟରୁ ଉଡାଣ ଭରିଥିଲା । ଉଡାଣ ଭରିବାର ମାତ୍ର କିଛି ମିନିଟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା ।
ଫଳରେ ୱିଙ୍ଗ କମାଣ୍ଡର ଜିଏସ ଚିମ୍ମାଙ୍କ ମୃତ୍ୟୁ ଘଟିଥିଲାବେଳେ ଏନସିସି କ୍ୟାଡେଟ ବିପିନ କୁମାର ଯାଦବ ଆହତ ହୋଇଛନ୍ତି । ତେବେ ବିମାନ ଦୁର୍ଘଟଣା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶୋକ ପ୍ରକାଶ କରିଛନ୍ତି ।
@ANI